Latest Odisha News

BREAKING NEWS

କଳାହାଣ୍ଡି: ମର୍ଣ୍ଣିଂୱାକ୍ ବେଳେ ନାବାଳକକୁ ପଥରରେ ଛେଚି ହତ୍ୟା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ କେହି ଦୁର୍ବୁତ ଜଣେ ନାବାଳକକୁ ପଥରରେ ଛେଚି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ମୃତ ଛାତ୍ରଙ୍କର ନାମ କୈଳାଶ ମାଝି (୧୭) ହୋଇଥିବା ବେଳେ ସେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ୧୦ ଶ୍ରେଣୀ ଛାତ୍ର ଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ ଆଜି ସକାେଳେ କିଛି ପଥଚାରୀ ଏକ କ୍ଷେତରେ ମୃତ ଦେହ ପଡିଥିବା ଦେଖି ପୋଲିସ ଖବର ଦେଇଥିଲେ ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ମୃତ ଛାତ୍ର କୈଳାଶ ପାଣି ଗାଁର ସତ୍ୟନାରାୟଣ ମାଝିଙ୍କ ପୁଅ । ଆହୁରି ମଧ୍ୟ ସୁତ୍ରରୁ ପ୍ରକାଶ ଯେ କୈଳାଶ ସକାଳୁ ସକାଳୁ ଡୁମେରମୁଣ୍ଡାରୁ ବିଜମରା ଯାଏଁ ଚାଲିବାକୁ ଯାଇଥାଏ । ମର୍ଣ୍ଣିଂ ୱାର୍କରେ ଯାଇଥିଲାବେଳେ କେହି ଦୁର୍ବୁତ ତାକୁ ପଥରରେ ଛେଚି ମାରିଦେଇଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାଶ୍ୱିକ ସ୍ଥିତିକୁ ତଦାରଖ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏଥିସହିତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି ।

Leave A Reply

Your email address will not be published.