Latest Odisha News

BREAKING NEWS

ହ୍ରଦ ନୁହେଁ, ମୃତ୍ୟୁର ଠିକଣା…

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ଯେତିକି ମନଲୋଭା ସେତିକି ବିପଦସଙ୍କୁଳ ମଧ୍ୟ । ଏହିସବୁ ସ୍ଥାନରେ ଟିକିଏ ଭୁଲ୍‌ ଆପଣ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇପାରେ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି ବିପଦସଙ୍କୁଳ ହ୍ରଦ ସମ୍ପର୍କରେ…

ଫୁଟନ୍ତା ହ୍ରଦ ଡୋମିନିକା:

ଏହି ହ୍ରଦର ତାପମାତ୍ରା ୯୨ ଡିଗ୍ରୀ ସେଲସିୟସ ରହିଥାଏ। ଏହା ପାଖରେ ଆଗ୍ନେୟଗିରି ରହିଥିବାରୁ ଏହି ହ୍ରଦ ସବୁବେଳେ ଉତ୍ତପ୍ତ ରହିଥାଏ। ତେଣୁ ଏଠାକୁ ଯିବା ସମୟରେ ସତର୍କ ରହିବା ନିହାତି ଜରୁରୀ।

ହିମାଳୟର ରୂପକୁଣ୍ଡ ହ୍ରଦ:

୧୯୪୨ ମସିହାରେ ବ୍ରିଟିଶ ଆର୍ମି ଏହି ହ୍ରଦରେ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ସେମାନଙ୍କ ମୃତ୍ୟୁ ରହସ୍ୟମୟ ଥିଲା। ସେବେଠାରୁ ଏହି ହ୍ରଦରେ ପହଁରିବା ନିଷିଦ୍ଧ କରାଯାଇଛି।

ମିଶିଗାନ ୟୁଏସ୍‌ଏର ଏକ ହ୍ରଦ:

ଏହି ହ୍ରଦ ଦେଖିବାକୁ ବହୁତ ସୁନ୍ଦର। କୁହାଯାଏ ଏହି ହ୍ରଦରୁ ବିଷାକ୍ତ ଗ୍ୟାସ ବାହାରି ଥାଏ। ଏଣୁ ହ୍ରଦ ପାଖରେ ଥିବା ସମସ୍ତ ଜୀବ ଏହାର ପ୍ରଭାବରେ ମରିଯା’ନ୍ତି। ହ୍ରଦଟିର ତଳେ ଆଗ୍ନେୟଗିରି ରହିଥିବାରୁ ଏପରି ହୋଇଥାଏ। ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ପାଣିରେ ମିଶିରହିଥାଏ ଓ ବାଷ୍ପ ଆକାରରେ ଘୂରି ବୁଲୁଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

ବିସ୍ଫୋରକ ହ୍ରଦ କେଭୁ:

କେଭୁ ବିପଦସଙ୍କୁଳ ଜାଗା ମଧ୍ୟରୁ ଗୋଟିଏ। ଏହି ହ୍ରଦର ପାଣିରୁ ଅଧିକ ମାତ୍ରାରେ କାର୍ବନଡାଇଅକ୍ସାଇଡ ଅଥବା ଅଙ୍ଗାରକାମ୍ଳ ମିଳିବା ସହିତ ହାଇଡ୍ରୋକାର୍ବନ ଗ୍ୟାସ ମଧ୍ୟ ମିଳିଥାଏ। ଏଠାରେ ସାମାନ୍ୟ ଭୂକମ୍ପରେ ମଧ୍ୟ ବଡ଼ ଧରଣର ବିସ୍ଫୋରଣ ହୋଇଥାଏ।

Leave A Reply

Your email address will not be published.