Latest Odisha News

BREAKING NEWS

ଢେଙ୍କାନାଳରେ ଉଦ୍ଧାର ହେଲେ ଛୁଆ ସହ ମାଆ ହାତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବେରଣା ଗାଁରେ ଶନିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ମହାବୀର ରୋଡ ବନଖଣ୍ଡସ୍ଥ ତାଳବେରଣା ଗାଁର ଏକ ପାଇଖାନା ଟାଙ୍କିରୁ ଏକ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଆ ଓ ଛୁଆ ହାତୀ ଦୁଇଟି ପାଇଖାନା ଟାଙ୍କିରେ ପଡି ଛଟପଟ ହେଉଥିବା ସେମାନେ ଦେଖିବାକୁ ପାଇଲେ । ତୁରନ୍ତ ସେମାନେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କଲେ । ଟାଙ୍କିରୁ ବାହାରିବା ମାତ୍ରେ ହିଁ ମାଆ ଓ ଛୁଆ ଦ୍ୱୟ ଜଙ୍ଗଲ ଆଡକୁ ଦୌଡି ପଳାଇଥିଲେ ।

ତେବେ ଖାଦ୍ୟ ଆନ୍ୱେଷଣରେ ହାତୀ ଦ୍ୱୟ ଶୁକ୍ରବାର ରାତିରେ ଜଙ୍ଗଲରୁ ଗାଁ ଭିତରକୁ ଆସିଥିଲେ । ଦୁର୍ଘଟଣା ବଶତଃ ପାଇଖାନା ଟାଙ୍କିରେ ଗଳି ପଡିଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.