Latest Odisha News

BREAKING NEWS

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ: ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

.ଓଡ଼ିଶା ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା
.ତିନି ବର୍ଷ ମଧ୍ୟରେ ବିକଶିତ ହେବ ପ୍ରକଳ୍ପ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ନବ କଳେବର କରାଯିବ । ଏହାକୁ ବିଶ୍ୱ ସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ଆଜି ଦିଲ୍ଲୀର ଉଦ୍ୟୋଗ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ପୂର୍ବତଟ ରେଳପଥ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲେ ହେଁ ସେ ଅନିବାର୍ଯ୍ୟ କାରଣ ବଶତଃ ଯୋଗ ଦେଇପାରିନଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରର ବିଡ଼ିଏ ଏହି ପ୍ରକଳ୍ପର ଯୋଜନା, ଡ୍ରଇଂ, ଡିଜାଇନ ଓ ରୂପରେଖ ଦେବାପାଇଁ ନୋଡ଼ାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ଏବଂ ଏହା ଯାତ୍ରୀ ମାନଙ୍କ ପରିବହନ ଦିଗରେ ଏକ ଅତ୍ୟାଧୁନିକ ବ୍ୟବସ୍ଥା କରିବ । ସିଂଗାପୁରସ୍ଥିତ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡିଜାଇନ ପରାମର୍ଶଦାତା ସୁର୍ବାନା ଜରୋଙ୍ଗ ଏହି ପ୍ରକଳ୍ପ ପାଇଁ ବିଡ଼ିଏ ଦ୍ୱାରା ନିଯୁକ୍ତ ହୋଇଛନ୍ତି ।

ଉକ୍ତ ପ୍ରକଳ୍ପର ଭିତ୍ତିଭୂ

ମିରେ ରେଳ ଷ୍ଟେସନ ପାଇଁ ନୂଆ ଏବଂ ଅତ୍ୟାଧୁନିକ ଟର୍ମିନାଲ, ବିଲଡ଼ିଂ, ସିଟି ବସ୍ ଓ ଟର୍ମିନାଲ ବିଲଡ଼ିଂ, ପବ୍ଲିକ୍ କାର ପାର୍କିଂ, ଟାକ୍ସି ଚଳାଚଳ ପାଇଁ ବ୍ୟବସ୍ଥା ତଥା ଅଟୋ ରିକ୍ସା ଓ ଅନ୍ୟାନ୍ୟ ଯାନ ବାହାନ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ । ଏଥିରେ ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁ ମାନଙ୍କ ପାଇଁ ପ୍ଲାଜା ରହିବା ସହ ଫୁଡ଼ କୋର୍ଟର ବ୍ୟବସ୍ଥା ମଧ୍ୟ ରହିବ ।

ଏ ସବୁ ବ୍ୟବସ୍ଥା ଜନସାଧାରଙ୍କର ବ୍ୟବହାର ଉପଯୋଗୀ ସ୍ଥାନ ସହ ପଥଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ସୁବିଧା ଯୋଗାଇବ । ସେ କହିଥିଲେ ଯେ, ଭାରତ ବର୍ଷରେ ପ୍ରଥମ ଥର ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା ଏକ ସ୍ୱାଗତଯୋଗ୍ୟ ।

ଏହା ରାଜ୍ୟର ନାଗରିକ ଓ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ସୁବିଧାଜନକ ହେବ । ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତ ସ୍ୱପ୍ନ ସାକାର ହେବ ଯେତେବେଳେ ନୂଆ ଭୁବନେଶ୍ୱର ଓ ନୂଆ ଓଡ଼ିଶା ହେବ ବୋଲି କହିଥିଲେ ।

Leave A Reply

Your email address will not be published.