ମସରୁମ କଟଲେଟ

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ମସରୁମ କଟଲେଟ । ଜାଣିରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ

ଆବଶ୍ୟକୀୟ ସାମଗ୍ରୀ:

୪୦୦ଗ୍ରାମ ମସରୁମ, ୧ କପ୍ ପିଆଜ (କଟା ହୋଇଥିବା), ୨ ଟେବୁଲ ଚାମଚ ତେଲ, ୧ ଟେବୁଲ ଚାମଚ ଜିରା, ୨ ଟେବୁଲ ଚାମଚ ଅଦା, ଛୋଟ କଟା ହୋଇଥିବା, ୧ କପ୍ ଆଳୁ(ସିଝା ଚକଟା ହୋଇଥିବା), ୨ ଟେବୁଲ ଚାମଚ ଧନିଆ ପାଉଡର, ୨ ଟେବୁଲ ଚାମଚ ଆମଚୁର ପାଉଡର, ସ୍ବାଦାନୁସାରେ ଲୁଣ, ୨ ଟେବୁଲ ଚାମଚ କଞ୍ଚା ଲଙ୍କା, ୨ ଅଣ୍ଡା, ୧/୨ କପ୍ ମଇଦା, ବ୍ରେଡ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ଗୋଟିଏ ପ୍ୟାନରେ ୨ ବଡ ଚାମଚ ତେଲ ଗରମ କରନ୍ତୁ, ଏଥିରେ ଜିରା ଏବଂ ଅଦା ପକାନ୍ତୁ। ଏହାକୁ ସାମାନ୍ୟ ଫ୍ରାଇ କରନ୍ତୁ ଏବଂ ଏଥିରେ ମସରୁମ ପକାନ୍ତୁ। ଏଥିରେ ସାମାନ୍ୟ ତେଲ ପକାନ୍ତୁ। ଯେତେବେଳେ ଏହା ଥଣ୍ଡା ହୋଇଯିବ ଏଥିରେ ଆଳୁ ମିଶାନ୍ତୁ। ଏଥିରେ କଟଲେଟର ଆକାର ଦେଇଦିଅନ୍ତୁ। ଏହାପରେ ମଇଦା ପକାନ୍ତୁ ଏହାପରେ ଅଣ୍ଡାରେ ବୁଡାନ୍ତୁ ଏହାପରେ ବ୍ରେଡ ଗୁଣ୍ଡରେ ବୁଡାଇ ତେଲରେ ଛାଣନ୍ତୁ। ଏହା ଭଲଭାବେ ଫ୍ରାଇ ହୋଇଗଲା ପରେ ଏହାକୁ ବାହାରକୁ ବାହାର କରି ସର୍ଭ କରନ୍ତୁ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.