Latest Odisha News

BREAKING NEWS

ବିଚିତ୍ର ବିଶ୍ୱାଳଙ୍କ ଗଳ୍ପ ସଂକଳନ ‘ମୁଠାଏ ଅଙ୍ଗାର’

ବିଚିତ୍ର ବିଶ୍ୱାଳଙ୍କ ଗଳ୍ପ ସଂକଳନ ‘ମୁଠାଏ ଅଙ୍ଗାର’
ରାଜଲକ୍ଷ୍ମୀ ସାମଲ

କିଏ କହିଲା ଏ ବହି ଖଣ୍ଡେ! ସତରେ ରଡନିଆଁର ଅଙ୍ଗାର ପରି ଡହଡହ ଏ ବହିଟିର ପ୍ରତ୍ୟେକ କାହାଣୀଃ ପ୍ରତିଟି କାହାଣୀ ସରିଲା ପରେ ଲାଗେ ଦଲକାଏ ନିଆଁଧାସ ମୁହଁରେ ବାଜିଲା ପରିଃ ପ୍ରତ୍ୟେକଟି ଚରିତ୍ର ଜୀବନ୍ତଃ ଏଇ ଏଇ ପାଖରେ ଭେଟିଲା ଭଳି ଲାଗିଲା। ଚରିତ୍ରଗୁଡିକ ମନ ଭିତରେ ପୁଳାଏ ଜାଗା ଆବୋରି ବସନ୍ତି, ଗୁଡ଼ାଏ ଦିନ ଆନ୍ଦୋଳିତ କରନ୍ତି ମନକୁ।

ଦୁଇଟି ଚରିତ୍ର ମୁଁ ହୁଏତ କେବେବି ଭୁଲି ପାରିବିନି- ଫୁଲ ଆଉ ମୁନିଃ ବଳାତ୍କାର ପରେ ଗୋଟେ ଝିଅର ମାନସିକତା ଠିକ ଏମିତି ହବା ଦରକାରଃ ହାଏରେ ସମାଜ! କଦର୍ଯ୍ୟ କାମ ପୁରୁଷଟେ କରିସାରିଲାପରେ ନାରୀଟିଏ ସମାଜ ଆଖିରେ ଦୋଷୀ ହୋଇଯାଏ କେମିତି ଆଉ କାହିଁକି! ସମାଜ ମୁହଁରେ ଶକ୍ତ ଚାପୁଡାଟେ ଫୁଲର ଚରିତ୍ର।

ସେମିତି ମୁନି ବି ଏ ଅନ୍ଧବିଶ୍ୱାସର ଅନ୍ଧାରି ଇଲାକାରେ ଈଶ୍ୱରକୁ ଖୋଜୁଥିବା ଜଣେ ଦେହଜୀବୀ। ଈଶ୍ୱରଙ୍କୁ ରମଣ କରିବାର ଇଚ୍ଛା ତାକୁ ନିରାଟ ସତ୍ୟର ଦ୍ୱାରଦେଶକୁ ଟାଣିନେଇଛି। ବେଶ ରୁଚିପୁର୍ଣ ଓ ଆମ ଆଖପାଖ ଘଟଣାକୁ ନେଇ ଗପ ଲେଖୁଥିବା ଗାଳ୍ପିକ ବିଚିତ୍ର ବିଶ୍ୱାଳ! ଆଜିର ସମାଜରେ ନିତି ଭେଟୁଥିବା ଚରିତ୍ରମାନଙ୍କ କାହାଣୀକୁ ଖୁବ ଜୀବନ୍ତ କରିପାରିବା ସହିତ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ପ୍ରତ୍ୟେକ କାହାଣୀରେ। ବହିଟି ମୋ ପରି ସମସ୍ତଙ୍କୁ ଆନ୍ଦୋଳିତ କରିବ ବୋଲି ମୋର ଆଶା।

ଆପଣଙ୍କୁ ବି ନିକଟରେ ପଢ଼ିଥିବା କୌଣସି ବହି ଭଲ ଲାଗିଛି କି? ସଂକ୍ଷେପରେ ସେ ସଂପର୍କରେ ଲେଖି ବହିର ପ୍ରଚ୍ଛଦ ଓ ଆପଣଙ୍କର ଏକ ଫଟୋ ସହ ଆମକୁ ମେଲ କରନ୍ତୁ । ମନୋନୀତ ହେଲେ ପ୍ରକାଶ ପାଇବ। sahitya.odishasambad@gmail.com

Leave A Reply

Your email address will not be published.