Latest Odisha News

ଭାରତୀୟ ସେନାର ଘୋଡାସବାର ବାହିନୀ ଖୁବ୍ ଶୀଘ୍ର ଇତିହାସ ପାଲଟିବ

ନୂଆଦିଲ୍ଲୀ:ଭାରତୀୟ ଘୋଡାସବାର ବାହିନୀ ସେନାରୁ ଖୁବ୍ ଶୀଘ୍ର ବିଦାୟ ନେବାକୁ ଯାଉଛି । ଏହା ବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ । ୧୯୫୩ରୁ ସେନାରେ ୬୧ ଘୋଡାସବାର ବାହିନୀ କାର୍ଯ୍ୟ କରୁଛି । ୨୫ ବର୍ଷ ମଧ୍ୟରେ କୌଣସି ଅପରେଶନରେ ଅଂଶଗ୍ରହଣ କରି ନାହିଁ । ଲ୍ୟୁଟନାଂଟ ଜେନେରାଲ ଡିବି ଶେକଟକର କମିଟିର ପ୍ରସ୍ତାବ ଆଧାରରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ତେବେ କେତେ ଜଣ ଏହି ଐତିହାସିକ ପରମ୍ପରା ହଟାଇବା ସପକ୍ଷରେ ନାହାନ୍ତି । ସୂଚନା ଅନୁସାରେ ଜୟପୁରସ୍ଥିତ ଘୋଡାସବାର ବାହିନୀରେ ୭୨ ଟ୍ୟାଙ୍କକୁ ସାମିଲ କରାଯିବ । ଏହି ରେଜିମେଂଟର ୩୦୦ ଘୋଡା ରହିଛି ।

Leave A Reply

Your email address will not be published.