Latest Odisha News

BREAKING NEWS

ମରିଯାଉଛି ମାନବିକତା: ରାସ୍ତାକଡରୁ ପୁଣି ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର ।

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସିଲୁଆଁ ଛକ ନିକଟରୁ ଉଦ୍ଧାର ହୋଇଛି ଏକ ଶିଶୁ ପୁତ୍ର।

ମିଳିଥିବା ସୂଚନା ଅନୁସାରେ, କେହି ଜଣେ ଏକ ସଦ୍ୟ ନବଜାତ ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା କିଛି ଲୋକ ଛୁଆଟିର କାନ୍ଦ ଶୁଣି ତା ପାଖକୁ ଯାଇ ଶିଶୁଟି ପଡି ରହିଥିବା ଦେଖିବାକୁ ପାଇଥିଲେ ।

ପରେ ସ୍ଥାନୀୟ ଆଶା ଦିଦିଙ୍କୁ ଏନେଇ ଖବର ଦିଆଯାଇଥିଲା । ପ୍ରଥମେ ଆଶା ଦିଦି ସେଠାରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ସହ ଚାଇଲଡ଼ ହେଲ୍ପ ଲାଇନକୁ ଏସଂକ୍ରାନ୍ତରେ ଅବଗତ କରାଇଥିଲେ । ସାରାରାତି ଖୋଲା ରେ ପଡ଼ିରହିଥିବା ଯୋଗୁଁ ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡି କାମୁଡି ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.