Latest Odisha News

BREAKING NEWS

ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ନୂଆ ରଣନୀତି

ଦିଲ୍ଲୀ: ପ୍ରତିଦିନ ସାମନାକୁ ଆସୁଛି ହଜାର ହଜାର କରୋନା କେସ୍ । ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ନୂଆ ଏଜେଣ୍ଡା । ଫୋକସରେ କଣ୍ଟେନମେଣ୍ଟ ଜୋନ୍ । କୋଭିଡ୍ କଣ୍ଟେନମେଣ୍ଟ ରଣନୀତି ପାଇଁ ଡକ୍ଟର ଭି. କେ. ପଲ୍ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ନୂଆ ରଣନୀତି ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ସୀମା ନିର୍ଦ୍ଧାରଣ ଓ ଏହା ଭିତରେ ଗତିବିଧି ଉପରେ ସ୍ବତନ୍ତ୍ର ଦୃଷ୍ଟି ରହିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ସରକାରଙ୍କ ସହ ତୃତୀୟ ଥର କରୋନା ସ୍ଥିତି ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ନୂଆ କଣ୍ଟେନମେଣ୍ଟ ରଣନୀତି ଅନୁସାରେ ଜୁନ୍ ୩୦ ତାରିଖରୁ ଜୁଲାଇ ୬ ଭିତରେ ପୁରା ଦିଲ୍ଲୀରେ ସରିବ ସର୍ଭେ କାମ । ସେହିପରି କଣ୍ଟାକ୍ଟ ଟ୍ରେସିଂ ଉପରେ ବି ଜୋର ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଭାବିତ କ୍ଷେତ୍ରରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ, ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.