Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ଲକଡାଉନ ଉଠିବା ପରେ ଚୁଟି କାଟିବା ପାଇଁ ରାତି ଅଧରେ ଦୌଡିଲେ ଲୋକ

ହାମିଲଟନ: ନ୍ୟୁଜିଲାଣ୍ଡରେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ୩ ଦିନ ମଧ୍ୟରେ କୌଣସି ନୂତନ କେସ୍ ଆସି ନାହିଁ । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସ୍ଥାନୀୟ ସରକାର ଲକଡାଉନ ନିୟମକୁ କୋହଳ କରି ଦେଇଥିଲେ । ଏହା ଘୋଷଣା ହେବା ପରେ ଅଧିକାଂଶ ବ୍ୟକ୍ତି ସେଲୁନକୁ ଦୌଡିଥିଲେ, ତାହା ପୁଣି ମଧ୍ୟ ରାତ୍ରରେ । ରାତି ଅଧରେ ସେଲୁନ ଆଗରେ ଲମ୍ବା ଭିଡ ଦେଖିବାକୁ ମିଳିଥିଲା । ଯାହା କି ଏକ ମଜାଦାର ପରିବେଶ ସୃଷ୍ଟି କରିଥିଲା ।

୫୧ ଦିନ ପରେ ସରକାର କେତେକ ସର୍ତ ସହ ଲକଡାଉନ ଉଠାଇଛନ୍ତି । ସେଲୁନ ବ୍ୟତୀତ କଫି ସପ୍‌, ରେଷ୍ଟରୁଟାଂସ ଓ ଶପିଂ ମଲ ମଧ୍ୟ ଖୋଲିଛି । ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବା ସହ ଗୋଟିଏ ସ୍ଥାନରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏକତ୍ର ରହିପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave A Reply

Your email address will not be published.