Latest Odisha News

ନବନିଯୁକ୍ତ ଓଏଫଏସ ଅଫିସରଙ୍କର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ନବନିଯୁକ୍ତ ଓଏଫଏସ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଅଫିସରଙ୍କ ନାମ ଅଭିଳାଷ ସ୍ୱରୂପ ମହାପାତ୍ର । ସେ ବଲାଙ୍ଗୀର ଟିଟିଲାଗଡ଼ର ହୋଇଥିବା ବେଳେ ଭୁବନେଶ୍ୱର ଖଣ୍ଡଗିରି ଡୁମଡୁମା ଫେଜ୍ ୪ରେ ସପରିବାର ରୁହିଥିଲେ । ସେ ଗତ ୨୦୧୯ ମସିହାରେ ଓଏଫଏସ ପାଇଥିଲେ । ଆଜି ରାଜ୍ୟ ସଚିବାଳୟରେ ନିଜ କାର୍ଯ୍ୟ ଆରମ୍ଭ କରିଥାନ୍ତେ ମାତ୍ର ଗତକାଲି ରାତିରେ ତାଙ୍କର ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିବା ସୂଚନା ।

ମିଳିଥିବା ସୂଚନା ଅନୁସାରେ, ଅଭିଳାଷ ପୂର୍ବରୁ ବ୍ୟାଙ୍କରେ ଚାକିରି କରିଥିଲେ ପରେ ଓଏଫଏସ୍ ପାଇଥିଲେ। ସୋମବାର ଦିନ ସେ ରାଜ୍ୟ ସଚିବାଳୟରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥାନ୍ତେ । ମାତ୍ର ରବିବାର ସଂନ୍ଧ୍ୟାରେ ନିଜ ବାସଗୃହରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଲହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖଣ୍ଡଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.