Latest Odisha News

BREAKING NEWS

ଦିଲ୍ଲୀରେ ସମ୍ମାନିତ ହେଲା ଓଡ଼ିଶା ହ୍ୟାଣ୍ଡଲୁମ୍

ନୂଆଦିଲ୍ଲୀ: ଓଡ଼ିଶା ହ୍ୟାଣ୍ଡଲୁମର ପ୍ରଚାର ଓ ପ୍ରସାର ତଥା ବୁଣାକାରମାନଙ୍କ ହିତସାଧନ ଉଦେ୍ଧଶ୍ୟରେ ସ୍ୱେଚ୍ଛାସେବୀ ଅନୁÂାନ ‘ପ୍ରୟାସ’ ଦ୍ୱାରା ନୂଆଦିଲ୍ଲୀସ୍ଥିତ କ୍ଲବଠାରେ ଏହାର ପ୍ରଥମ ଫ୍ୟାସନ ଶୋ’ କାର୍ଯ୍ୟକ୍ରମ ‘ୱେଭ’ ଅନୁÂିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ପରିସରରେ ଓଡ଼ିଶାର ବୁଣାକାରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ ମଧ୍ୟ କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଓଡ଼ିଶା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଗୁଡ଼ିକ ବେଶ୍ ଆଦୃତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶଶ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନ୍ୟାୟାଧୀଶ ଭି ଗୋପାଳ ଗୌଡ଼, ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ନିମନ୍ତ୍ରିତ ଅତିଥି ଭାବେ ଆନ୍ଧ୍ରପ୍ରଦେଶର ରାଜମାହେନ୍ଦ୍ରୀ ସାଂସଦ ମାର୍ଗନୀ ଭାରତ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସୁପ୍ରିମକୋର୍ଟର ବରିÂ ଆଇନଜୀବୀ ଏସ କେ ବର୍ମା ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ଅନୁÂାନର ଉପଦେଷ୍ଟା ରୋଜାଲିନ ପାଟ୍ଟଶାଣୀ ମିଶ୍ର ଯୋଗଦେଇ ଅନୁÂାନର ସହଯୋଗୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.