Latest Odisha News

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ସାହସୀ ଓଡ଼ିଆଙ୍କ ପାଇଁ ସୋନା ମହାପାତ୍ରଙ୍କ ଆଗାମୀ ସଙ୍ଗୀତ ‘ନୀଳମଣି’

ମୁମ୍ବାଇ: ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର। ସ୍ରୋତା ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ସଙ୍ଗୀତ । ଯାହାର ଶୀର୍ଷକ ରଖାଯାଇଛି ‘ନୀଳମଣି’ । ସୋନା ଏହି ସଙ୍ଗୀତଟିକୁ ଓଡ଼ିଶାର ସାହସୀ ଲୋକମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ଯେଉଁମାନେ ନିକଟରେ ଆମ୍ଫାନ ସମେତ ଅନେକ ବାତ୍ୟା ଓ ମହାବାତ୍ୟାକୁ ଛାତିପାତି ସହିଛନ୍ତି।

ଏହି ଓଡିଆ ଗୀତକୁ, ସୋନା ନିଜେ ରଚନା କରିଥିବା ବେଳେ ତାଙ୍କ ସ୍ୱାମୀ ରାମ ସମପଥଙ୍କ ସହ ଏହି ମ୍ୟୁଜିକ୍ ଭିଡିଓକୁ ତିଆରି ଏବଂ ଏଡିଟ୍ କରିଛନ୍ତି । ଚଳିତ ସପ୍ତାହରେ ସୋନା ଏହି ଗୀତ ଲଞ୍ଚ କରିବାକୁ ଯୋଜନା ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ମ୍ୟୁଜିକ୍ ଭିଡିଓରେ ଓଡିଶା ଲୋକଙ୍କର ବାତ୍ୟା ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସାହସର ସହ ପ୍ରତିହତ କରିବାର ଅଦମ୍ୟ ସାହସ ଓ ସଂକଳ୍ପ ସ୍ଥାନ ପାଇଛି । ଯାହା ପାରମ୍ପାରିକ କଳା ଏବଂ କଳାକାରମାନଙ୍କୁ ଲୋକଲୋଚନକୁ ଆଣିଛି ।

ଏଥିରେ ଓଡିଶାର ଗ୍ରାମାଞ୍ଚଳ ଦୃଶ୍ୟ ସବୁକୁ ସ୍ଥାନିତ କରାଯାଇଛି। ଯାହାକୁ ସୋନା ଏକ ଶୋ’ ପାଇଁ ଯାଇଥିବା ସମୟରେ ସୁଟିଂ କରିଥିଲେ।

ସଙ୍ଗୀତଟିର ଶୀର୍ଷକ ‘ନୀଳମଣି’ସମ୍ପର୍କରେ ସେ କହିଛନ୍ତି ଯେ ଏହାର ସାହିତ୍ୟିକ ଅର୍ଥ ହେଉଛି‘ ନୀଳ ରତ୍ନ, ଏହି ନାମରେ ଭଗବାନ ଜଗନ୍ନାଥଙ୍କୁ ମଧ୍ୟ ସମ୍ବୋଧିତ କରାଯାଇଥାଏ।

Leave A Reply

Your email address will not be published.