Latest Odisha News

BREAKING NEWS

ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ନିରଞ୍ଜନଙ୍କ ୫ଟି ପ୍ରଶ୍ନବାଣ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତର ଗୋଟିଏ ଦିନ ଅବ୍ୟବହିତ ପୂର୍ବରୁ ବିରୋଧୀ କଂଗ୍ରେସ ମୋଦିଙ୍କ ଉପରକୁ ଅଗ୍ନିବର୍ଷୀ ପ୍ରଶ୍ନବାଣ ଛାଡିଛିି ।

ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ କଂଗ୍ରେସ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରା ଯାଇଥିବା ୫ଟି ପ୍ରଶ୍ନର ଉତ୍ତର ଦେବା ନିତାନ୍ତ ଆବଶ୍ୟକ” ।

“ବିଗତ ସାଧାରଣ ନିର୍ବାଚନ ବେଳେ ବିଜେପି ସ୍ୱାମୀନାଥନ କମିଟିର ସୁପାରିଶକୁ ଆଧାର କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ସଂଶୋଧନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କମିଟିର ସୁପାରିଶ ଏଯାବତ୍ ଲାଗୁ କରାଯାଇନାହିଁ କାହିଁକି?”

ସୂଚନାଯୋଗ୍ୟ ଯେ ଏନେଇ ମୋଦି ବଲାଙ୍ଗୀର ଗସ୍ତ ସମୟରେ କୃଷକମାନଙ୍କୁ ସ୍ପଷ୍ଟିକରଣ ଦେଇଥିଲେ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨କୋଟି ଯୁବକ ଯୁବତୀଙ୍କୁ ରୋଜଗାର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାବତ୍ ଓଡିଶାରେ କେତେଜଣ ଯୁବକ ଯୁବତୀଙ୍କୁ ରୋଜଗାର ପ୍ରଦାନ କରାଯାଇଛି ।

ଏହାବ୍ୟତୀତ ଓପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟିକରଣ ଦାବି କରିଛନ୍ତି, ରାଫେଲ ଫାଇଟର ଜେଟର ଇନ୍ଧନ ଦେବାକୁ ହିନ୍ଦୁସ୍ଥାନ ଏରୋନେଟିକ୍ ଲିଃ(ଏଚଏଏଲ୍)କୁ କାହିଁକି ଅନୁମତି ପ୍ରଦାନ କଲେ । କେଉଁଥି ପାଇଁ କେବିକେ ପରି ଅନୁନ୍ନତ ଜିଲ୍ଲାକୁ ଆର୍ଥିକ ସହାୟତା ବନ୍ଦ କଲେ । ଓପିସିସି ଅଧ୍ୟକ୍ଷ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟରେ ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହାକୁ କ’ଣ ପାଇଁ ଗୁରୁତ୍ୱ ଦିଆଯାଉନାହିଁ ।

Leave A Reply

Your email address will not be published.