Latest Odisha News

BREAKING NEWS

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ କଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । କୋର୍ଟ କହିଛି କି, ତିହାଡ ଜେଲ ରିପୋର୍ଟ ମୁତାବକ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ତା’ର ମାନସିକ ଅବସ୍ଥାକୁ ନେଇ ଚିକିତ୍ସା କରାଇବାର କୌଣସି ଆବଶ୍ୟକତା ନାହିଁ । ପଟିଆଲା ହାଉସ କୋର୍ଟ ତିହାଡ ଜେଲ ପ୍ରଶାସକଙ୍କୁ ନିର୍ଭୟାର ସମସ୍ତ ଦୋଷୀଙ୍କୁ ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ସୁନିଶ୍ଚିତ କରିବାକୁ କହିଛନ୍ତି ।

ତିହାଡ ଜେଲ ପ୍ରଶାସକ କହିଛନ୍ତି, “ଦୋଷୀ ବିନୟର ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଠିକ ଅଛି । ବିନୟର ଚିକିତ୍ସା କୋର୍ଟ ମୁତାବକ ହୋଇଛି । ବିନୟ ମାନସିକ ବିକୃତ ନୁହେଁ । ଜେଲ୍ ର ଡାକ୍ତର ଏହା ସ୍ପଷ୍ଟ କରିଛନ୍ତି ।”

Leave A Reply

Your email address will not be published.