Latest Odisha News

BREAKING NEWS

ନିର୍ଭୟା ମାମଲା: କୋର୍ଟ ବାହାରେ ଏପି ସିଂ ଓ ନିର୍ଭୟା ସମର୍ଥକ ମୁହାଁମୁହିଁ

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ଫାଶୀ ପାଇବା ପକ୍କା ହୋଇଛି । ତେବେ ପଟିଆଲା ହାଉସ କୋର୍ଟ ବାହାରେ ଆଜି ଦୋଷୀଙ୍କ ଓକିଲ ଏପି ସିଂ ଓ ନିର୍ଭୟା ସମର୍ଥକ ମାନେ ମୁହାଁମୁହିଁ ହୋଇଛନ୍ତି ।
ଫାଶୀ ରୋକିବା ଆବେଦନକୁ ନେଇ ନିର୍ଭୟା ସମର୍ଥକ ଓ ଓକିଲା ହାତାହାତି ହୋଇଥିଲେ । ଏପରିକି ମାରପିଟ ଉପରକୁ କଥା ମଧ୍ୟ ଯାଇଥିଲା । ପରେ ପୋଲିସ ପହଂଚି ଉଭୟଙ୍କୁ ଅଟକାଇଥିଲା ।
ଓକିଲା ଏପି ସିଂହ ଆଜି ହିଁ ଫାଶୀ ରୋକିବା ପାଇଁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଏହି ଆବେଦନକୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଖାରଜ କରି ଦେଇଛନ୍ତି । ଏପି ସିଂ କହିଛନ୍ତି ଯେ, କରୋନା ପାଇଁ ଅନେକ କୋର୍ଟ ବନ୍ଦ ରହିଛି। ଅନେକ ମାମଲା ଲମ୍ବିତ ହୋଇ ରହିଛି। ଏହାବ୍ୟତୀତ ହାଇକୋର୍ଟରେ ମଧ୍ୟ ଏକ ଆବେଦନ ରହିଛି।

Leave A Reply

Your email address will not be published.