Latest Odisha News

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟି ପ୍ୟାନେଲରେ ସ୍ଥାନ ପାଇଲେ ନୀତିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଗୌରବ ଆଣିଛନ୍ତି ନୀତିନ ମୋଇନ । ସେ ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଭାରତର ଶ୍ରୀନିବାସ ଭେଙ୍କଟରାଘବନ ଓ ସୁନ୍ଦରରାମ ରବି ଏହି ପ୍ୟାନେଲରେ ସ୍ଥାନ ପାଇ ସାରିଛନ୍ତି । ପୂର୍ବତନ ଅମ୍ପାୟର ନରେନ୍ଦ୍ର ମୋଇନିଙ୍କ ପୁଅ ହେଉଛନ୍ତି ନୀତିନ ।

ସେ ୩ଟି ଟେଷ୍ଟ, ୨୪ ଦିନିକିଆ ଓ ୧୬ ଟି୨୦ ମ୍ୟାଚରେ ଅମ୍ପାୟରିଂ ଦାୟିତ୍ୱ ସୁଚାରୁରୂପେ ତୁଲାଇ ସାରିଛନ୍ତି । ଭଲ କ୍ରିକେଟ ଖେଳୁଥିଲେ ମଧ୍ୟ ଅମ୍ପାୟରିଂ ପାଇଁ ସେ ଏହାକୁ ଛାଡିଥିଲେ । ଇଂଲଣ୍ଡର ନାଇଜଲ ଲଙ୍ଗଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି । ବାପାଙ୍କ ପ୍ରେରଣା ଯୋଗୁ ମୁଁ ଏତେବାଟ ଆସି ପାରିଛି ବୋଲି ନିତୀନ କହିଛନ୍ତି ।

Leave A Reply

Your email address will not be published.