Latest Odisha News

BREAKING NEWS

ଜୁଲାଇରେ ବସିବନି ବିଧାନସଭାର କୌଣସି କମିଟି ବୈଠକ

ଭୁବନେଶ୍ୱର: ଜୁଲାଇ ମାସରେ ହେବନି ବିଧାନସଭାର କୌଣସି ବି ବୈଠକ । କରୋନା ମହାମାରୀର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ କମିଟିର ବୈଠକକୁ ବାତିଲ କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଗତ ମାସରେ ବିଭିନ୍ନ କମିଟିର ବୈଠକ ହୋଇଥିଲା । ହେଲେ ଆଗକୁ ହେବାକୁ ଥିବା ସମସ୍ତ କମିଟିର ବୈଠକ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଧାନସଭା ମାର୍ଚ୍ଚ ମାସରେ ଶେଷ ହୋଇଥିଲା । ସେ ଦୃଷ୍ଟିରୁ ଆଗାମୀ ୬ ମାସ ମଧ୍ୟରେ ବିଧାନସଭାର ଆଗାମୀ ବୈଠକ ବସିବା କଥା । ସେପ୍ଟେମ୍ବର ଯାଏ ସମୟ ସୀମା ରହିଛି । ଏନେଇ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରାଯିବ । କେନ୍ଦ୍ରର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ସେପଟେ ଷ୍ଚାଣ୍ଡିଂ କମିଟିର ବୈଠକ ବନ୍ଦକୁ ନେଇ  ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା । ଓଡିଶା ବିଧାନସଭାର ବାଚସ୍ପତି ଲୋକସଭା ବାଚସସ୍ପତିଙ୍କ ସହ ଆଲୋଚନା  ପରେ ଷ୍ଟାଣ୍ଡିଂ କମିଟି ବୈଠକ ନେଇ ନିଷ୍ପତ୍ତି ହୋଇଥିଲା ।ଷ୍ଟାଣ୍ଡିଂ କମିଟିର ସଦସ୍ୟ ସଂଖ୍ୟା  ୧୨ ।  ତେବେ ସାଧାରଣତ  ବୈଠକ ସମୟରେ ମାତ୍ର ୭ ରୁ  ୮ ଜଣ ଥାଅନ୍ତି ।  କରୋନାର ସମସ୍ତ ନିୟମକୁ ମାନି ଏହି ମିଟିଂ  କରାଯାଇପାରିବ । ଆଜି ହଠାତ୍ ବନ୍ଦ କରିବାର ଯଥାର୍ଥତା ନାହିଁ । ଆଜି ଯଦି ସବୁ ମିଟିଂ  ହୋଇପାରୁଛି ତେବେ ଷ୍ଟାଣ୍ଡିଂ କମିଟି ବୈଠକ କାଇଁ  ନହେବ ।  ୫୦ ଜଣ ଲୋକଙ୍କୁ  ନେଇ  ସାଧାରଣରେ ଯେଉଁ ବୈଠକ ହେଉଛି  ସେଠି  ଏହି ମିଟିଂ ବନ୍ଦ କରିବା ଠିକ୍ ନୁହେଁ ବୋଲି ବଜେପି କହିଛି ।

Leave A Reply

Your email address will not be published.