Latest Odisha News

BREAKING NEWS

ବିନା ସୂଚନାରେ ଆସିଲେ ମିଳିବନି ସରକାରୀ ସହାୟତା

ଭୁବନେଶ୍ୱର: ବିନା ସୂଚନାରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ରାଜ୍ୟକୁ ଆସିବା ପୂର୍ବରୁ ଦିଅନ୍ତୁ ଆଗୁଆ ସୂଚନା। ନଚେତ ମିଳିବନି ସରକାରୀ ସୁବିଧା । ସେହିଭଳି ବିନା ସୂଚନାରେ ଆସୁଥିବା ଟ୍ରେନରେ ଆସିଲେ ଯାତ୍ରୀଙ୍କୁ ମିଳିବନି ମାଗଣା ଟିକେଟ ବ୍ୟବସ୍ଥା । କାରଣ ବିନା ସୂଚନାରେ ରାଜ୍ୟକୁ ପ୍ରବାସୀ ଓଡିଆ ଆସିବା ଫଳରେ ଅନେକ ସମସ୍ୟା ହେଉଛି ।

ଏସଆରସି କହିଛନ୍ତି ଏବେ ରାଜ୍ୟକୁ ଗଡୁଛି ଶ୍ରମିକ ସ୍ପେଶାଲ ଟ୍ରେନ୍ । ତେବେ ବିନା ସୂଚନାରେ ରାଜ୍ୟକୁ କିଛି ପ୍ରବାସୀ ଓଡିଆ ଯାତ୍ରା କରୁଛନ୍ତି । ଏନେଇ ଅଧିକ ସତର୍କ ହେବାକୁ କହିଛନ୍ତି ଏସଆରସି । କାରଣ ଏହା ଫଳରେ ଅନେକ ସମସ୍ୟା ହେଉଛି । କୌଣସି ଲୋକଙ୍କ ଠାରେ କିଛି କରୋନା ଲକ୍ଷଣ ଦେଖା ଦେଲେ , କିମ୍ବା ଅସୁସ୍ଥ ଅନୁଭବ କଲେ ସିଧାସଳଖ ଡାକ୍ତରଖାନାକୁ ନ ଯାଇ ୧୦୪ରେ ଫୋନ୍ କରିବାକୁ ସରକାର କହିଛନ୍ତି ।

ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆ ଏବେ ହୋମ୍ କ୍ୱାରେଂଟିନ୍ ରେ ରହିପାରିବେ । ଯଦି ଘରେ ରହିବା ନେଇ ସମସ୍ୟା ରହିଛି ତେବେ ସେ ହୋଟେଲ କ୍ୱାରେଂଟିନରେ ରହିପାରିବେ । କିନ୍ତୁ ଏହି ହୋଟେଲ କ୍ୱାରେଂଟିନର ଖର୍ଚ୍ଚ ତାଙ୍କୁ ବହନ କରିବାକୁ ପଡିବ । ଏହି ଖର୍ଚ ରାଜ୍ୟ ସରକାର ପ୍ରଦାନ କରିପାରିବେ ନାହିଁ ବୋଲି ଏସ୍‌ଆର୍‌ସି କହିଛନ୍ତି ।

Leave A Reply

Your email address will not be published.