Latest Odisha News

BREAKING NEWS

ନିଯୁକ୍ତି ବନ୍ଦ ହୋଇଗଲେ ବେକାର ଯୁବକ-ଯୁବତୀ କ’ଣ କରିବେ?

ଭୁବନେଶ୍ୱର: ରାଜ୍ୟରେ କରୋନା ବୃଦ୍ଧି ପାଉଛି । ଏଥିସହ ସରକାରଙ୍କ ଆୟ କମୁଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ବାଦ ୨ବର୍ଷ ଯାଏଁ ସରକାରୀ ନିଯୁକ୍ତି ମିଳିବନି ବୋଲି ଗତକାଲି ସରକାର ଘୋଷଣା କରିଛନ୍ତି । ସରକାର ଏହାର ଆଉଥରେ ପୁନଃ ବିଚାର କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ନିଯୁକ୍ତି ବନ୍ଦ ହୋଇଗଲେ ବେକାର ଯୁବକ /ଯୁବତୀ କଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ବେକାରୀ ସମସ୍ୟା ସହ ବାହାରୁ ଲକ୍ଷ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି ।

ଅନ୍ୟପଟେ ଖର୍ଚ୍ଚକାଟ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ କୋଭିଡ଼ ପରିସ୍ଥିତିକୁ ଦେଖି ଆର୍ଥିକ କଟକଣା ପାଇଁ ନିଷ୍ପତ୍ତି ନିଆଯାଇଛି । ପରିସ୍ଥିତି ସୁଧାର ନଆସିବା ଯାଏଁ ଏହା କାର‌୍ୟ୍ୟକାରୀ ରହିବ । ପରିସ୍ଥିତି ସୁଧୁରିଲେ ନୂଆ ନିର୍ଦ୍ଦେଶ ଆସିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି କହିଛନ୍ତି । ୨ବର୍ଷ ଭିତରେ କେହି ନୂଆଗାଡ଼ି ମଧ୍ୟ କିଣି ପାରିବେ ନାହିଁ । ବିଭିନ୍ନ ପକ୍ଷରୁ ରାଜସ୍ୱ ଆଦାୟ ହେଉଛି । ଟ୍ୟାକ୍ସ, ନନଟ୍ୟାକ୍ସରୁ ମଧ୍ୟ ରାଜସ୍ୱ ଆଦାୟ ହେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.