Latest Odisha News

BREAKING NEWS

ଟ୍ରାଫିକ ନିୟମ ଭଙ୍ଗ ଲାଗି ଜୋରିମାନା ଆଦାୟରେ କୋହଳ ହେବନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଯେଉଁମାନେ ଟ୍ରାଫିକ୍ ନିୟମ ଭଙ୍ଗକରି ଜୋରିମାନା ଦେଇଛନ୍ତି ସେମାନଙ୍କୁ ଆଉ ଜୋରିମାନା ଫେରସ୍ତ କରାଯିବ ନାହିଁ ।

କେତେକ ପଡ଼ୋଶୀ ରାଜ୍ୟରେ ଟ୍ରାଫିକ ନିୟମ ଭଙ୍ଗକାରୀଙ୍କ ଲାଗି ଜୋରିମାନା ଆଦାୟରେ କୋହଳ କରିଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

ଇତିମଧ୍ୟରେ ରାଜ୍ୟର ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ପ୍ରତି ସଜାଗ ହେବାର ସହିତ ସଚେତନ ହୋଇ ନିୟମ ପାଳନ କରିବାରେ ଲାଗିଛନ୍ତି । ସଡ଼କ ସୁରକ୍ଷା ନିମନ୍ତେ ଆସନ୍ତା ଡିସେମ୍ବର ୧୮ ତାରିଖରେ ଏକ ବୈଠକ ଅନୁ୍ଷ୍ଠିତ ହେଉଛିି । ଏହି ବୈଠକରେ ଟ୍ରାଫିକ ଜୋରିମାନା ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହେବ । “ଏହି ବୈଠକରେ ଭୁଲଭାବେ ଆଦାୟ ହେଉଥିବା ଜୋରିମାନା ସମ୍ପର୍କରେ ମଧ୍ୟ ଆଲୋଚନା ହେବ,” ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.