Latest Odisha News

BREAKING NEWS

ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିଲା । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ଏବେ ପୋଲିସକୁ ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟରେ ସୁଶାନ୍ତ ଫାଶୀ ଲଗାଇଥିଲେ, ତେଣୁ ଶ୍ୱାସରୁଦ୍ଧ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ସୁଶାନ୍ତଙ୍କ ଭିସେରାକୁ ମଧ୍ୟ କେମିକାଲ ଟେଷ୍ଟ ପାଇଁ ଯତ୍ନର ସହ ରଖାଯାଇଛି। ଫାଇନାଲ ରିପୋର୍ଟକୁ ୫ ଜଣ ଡାକ୍ତର ସାଇନ୍ କରିଛନ୍ତି ।

ଏହି ରିପୋର୍ଟ ପ୍ରସ୍ତୁତ କରିବା ବେଳେ ଖୁବ୍ ଯାଞ୍ଚ କରାଯାଇଛି । ରିପୋର୍ଟରେ କୁହାଯାଇଛି, ସୁଶାନ୍ତଙ୍କ ଶରୀରରେ କୌଣସି ବାହାର କ୍ଷତ ନାହିଁ। ତାଙ୍କ ନଖ ଏକଦମ ସଫା ଥିଲା । ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟକୁ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ପରଲୋକ ସହ ଯୋଡିକି ଦେଖାଯାଉଥିଲା । କିନ୍ତୁ ପୋଲିସ ଏବେ ଏଭଳି କୌଣସି କନେକସନ୍ ନାହିଁ ବୋଲି ମନା କରିଦେଇଛି ।

Leave A Reply

Your email address will not be published.