Latest Odisha News

BREAKING NEWS

ନୋକିଆର ତାମିଲନାଡୁ ପ୍ଲାଣ୍ଟ ଉପରେ କରୋନା ମାଡ଼

ନୂଆଦିଲ୍ଲୀ: ଅଗ୍ରଣୀ ମୋବାଇଲ ଫୋନ କମ୍ପାନି ନୋକିଆ ଉପରେ କରୋନା ମାଡ଼ । କମ୍ପାନିର କିଛି କର୍ମଚାରୀଙ୍କର କରୋନା ପଜିଟିଭ ବାହାରିବା ପରେ ସାମୟିକଭାବେ ବନ୍ଦ କରିଦିଆଯାଇଛି ନୋକିଆର ତାମିଲନାଡୁ ପ୍ଲାଣ୍ଟ । ତାମିଲନାଡୁର ଶ୍ରୀପେରୁମ୍ୱଦୁରସ୍ଥିତ ଏହି ପ୍ଲାଣ୍ଟରେ କିନ୍ତୁ କେତେଜଣଙ୍କ ନିକଟରେ କୋଭିଡ-୧୯ ପଜିଟିଭ୍ ବାହାରିଛି ତାର କୌଣସି ସ୍ପଷ୍ଟ ଚିତ୍ର ପ୍ରଦାନ କରୁନି କମ୍ପାନି । ମାତ୍ର କିଛି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି କି ଅତି କମରେ ପ୍ଲାଣ୍ଟର ୪୨ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ଲକଡାଉନ କୋହଳ ହେବାପରେ ଗତ କିଛି ସପ୍ତାହ ହେଲା କମ୍ପାନିର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିଲା । ଆଉ କୋଭିଡ୍ ଗାଇଡଲାଇନ ଅନୁସାରେ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ବ୍ୟବସ୍ଥା କରାଯିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିଲା । କ୍ୟାଣ୍ଟିନ ବ୍ୟବସ୍ଥାରେ ମଧ୍ୟ କିଛିଟା ପରିବର୍ତ୍ତନ ଅଣାଯାଇଥିଲା ବୋଲି ନୋକିଆ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ତେବେ ଖୁବଶୀଘ୍ର ଆଉଥରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖିଛି ନୋକିଆ ।

ଚାଇନିଜ୍ ସ୍ମାର୍ଟଫୋନ କମ୍ପାନି ଓପୋ ମଧ୍ୟ ଲକଡାଉନ ପରେ ଗତ କିଛିଦିନ ହେବ କାର୍ଯ୍ୟକ୍ଷମ ହୋଇଥିବା ନୂଆଦିଲ୍ଲୀସ୍ଥିତ ଫ୍ୟାକ୍ଟ୍ରିକୁ ବନ୍ଦ କରିଦେଇଥିଲେ । ସେହି ଫ୍ୟାକ୍ଟ୍ରିରେ ୯ ଜଣଙ୍କ ନିକଟରେ କରୋନା ପଜିଟିଭ୍ ବାହାରିଥିଲା ।

Leave A Reply

Your email address will not be published.