Latest Odisha News

BREAKING NEWS

ଭୁବନେଶ୍ୱରରେ ‘ଡ୍ରାଇଭିଂ ଲର୍ଣ୍ଣର୍ ଲାଇସେନ୍ସ’ ଅନଲାଇନରେ ପାଇପାରିବେ…

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ ପ୍ରଣୟନ ହେବାପରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ପ୍ରବଳ ଜନଗହଳି ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆରଟିଓ-୧ ସୋମବାର ଦିନ ଏନେଇ ସମସ୍ତ ଦରଖାସ୍ତ ଗୁଡ଼ିକ ଅନଲାଇନ ମାଧ୍ୟମରେ ଯୋଗାଇଦେବାକୁ ଘୋଷଣା କରିଛନ୍ତି ।

ଏହି ଆବେଦନ ପତ୍ର ଗୁଡ଼ିକର ଫର୍ମ, ସେଥିଲାଗି ଆବଶ୍ୟକୀୟ ଦେୟ ଏବଂ ଏଥିରେ ଅନ୍ୟାନ୍ୟ ଡକୁମେଣ୍ଟଗୁଡ଼ିକୁ ଆରଟିଓ ୱେବସାଇଟରୁ ଡାଉନଲୋଡ଼ କରି ଆବେଦନକାରୀ ମାନେ ଦରଖାସ୍ତ ଆହ୍ୱାନ କରିପାରିବେ ।

ସେହିପରି ଭାବେ ୱେବସାଇଟରୁ ମଧ୍ୟ ଯାନବାହନ ଫିଟନେସ ପ୍ରମାଣପତ୍ର ମଧ୍ୟ ଜଣେ ଡାଉନଲୋଡ଼ କରି ନେଇପାରିବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୧ ତାରିଖ ରବିବାର ଦିନଠାରୁ ପୁଣି ଥରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହୋଇଛି ।

ମାତ୍ର, ସରକାର ଯାନବାହନ ଲାଗି ଆବଶ୍ୟକୀୟ ଡକୁମେଣ୍ଟ୍ ଲାଗି ଆହୁରି ୩ ମାସ କୋହଳ କରିଛନ୍ତି ।

Leave A Reply

Your email address will not be published.