Latest Odisha News

BREAKING NEWS

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଅଞ୍ଜୁମଙ୍କ ନାମ ସୁପାରିଶ କଲା ଏନଆରଏଆଇ

ନୂଆଦିଲ୍ଲୀ:ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନଆରଏଆଇ) ମହିଳା ଶୁଟର ଅଞ୍ଜୁମ ମୋଦଗିଲଙ୍କ ନାମ ସୁପାରିଶ କରିଛି । ୨୬ ବର୍ଷୀୟ ଅଞ୍ଜୁମ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ୧୦ ମିଟର ଏୟାର ରାଇଫଲ ଇଭେଂଟରେ ପାନୱାର ମ୍ୟୁନି୍ ଓ ଆଇଏସଏସଏଫ ବିଶ୍ୱକପ ଟିମ୍ ଇଭେଂଟରେ ସ୍ୱର୍ଣ୍ଣ ଜିତିଥିଲେ ।

ସେହିପରି ଜସପାଳ ରାଣାଙ୍କ ନାମ ପୁନର୍ବାର ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସିପାରିଶ କରାଯାଇଛି । ଗତବର୍ଷ ସେ ଏହି ପୁରସ୍କାର ପାଇ ନ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ସେ ମନୁ ଭାକର, ସୌରଭ ଓ ଅନିଶ ଭାନୱାଲାଙ୍କ ପରି ଅନ୍ତର୍ଜାତୀୟସ୍ତରର ଶୁଟର ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.