Latest Odisha News

BREAKING NEWS

ରଣଜୀ ଟ୍ରଫି: ଏବେ ଖେଳାଳିଙ୍କୁ ମିଳିବ ପୁରସ୍କାର ରାଶି

କଟକ: ରାଜ୍ୟ ରଣଜୀ ଟିମକୁ ଅର୍ଥରାଶି ପ୍ରଦାନ କରିବା ପାଇଁ ରବିବାର ଦିନ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ୍ (ଓସିଏ) ।

ଏସମ୍ପର୍କରେ ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି, “ଯଦି ଟିମ୍ କୌଣସି ଟୁର୍ଣ୍ଣାମେଣ୍ଟ ର ଫାଇନାଲ୍ କିମ୍ବା ସେମିଫାଇନାଲକୁ କ୍ୱାଲିଫାଏ କଲେ, ତାହେଲେ ଟିମର ପ୍ରତ୍ୟେକ ଖେଳାଳି ଏବଂ ସହଯୋଗୀ କର୍ମଚାରୀଙ୍କୁ ପ୍ରାୟ ୭୫ ହଜାରରୁ ୧ ଲକ୍ଷ ଯାଏଁ ଟଙ୍କା ପ୍ରଦାନ କରାଯିବ” ।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ଏଲଟି ଗ୍ରୁପ-ସି ମ୍ୟାଚରେ ବାରବାଟୀ ଷ୍ଟାଡିୟମରେ ଝାଡଖଣ୍ଡ-ଓଡିଶା ମଧ୍ୟରେ ମ୍ୟାଚ୍ ଡ୍ର ହୋଇଥିଲା । ଯାହାଫଳରେ ଓଡିଶା କ୍ୱାଟର୍ର ଫାଇନାଲରେ ପ୍ରବେଶ କରିପାରିଛି । ଏହାପରେ ପରେ ପ୍ରତ୍ୟେକ ଖେଳାଳି ଏବଂ ସହଯୋଗୀ କର୍ମଚାରୀଙ୍କ ଲାଗି ପ୍ରାୟ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲା ଓସିଏ ।

୨୦୧୯-୨୦ ରଣଜୀ ମ୍ୟାଚରେ ଖେଳା ଯାଇଥିବା ୯ଟି ମ୍ୟାଚ ମଧ୍ୟରୁ ଛତିଶଗଡ, ସର୍ଭିସ, ଉତ୍ତରାଖଣ୍ଡ, ହରିଆଣା ଓ ଆସାମ ବିରୋଧରେ ଓଡିଶା ଖେଳି ବିଜୟ ଲାଭ କରିଛି । ଏହାବ୍ୟତିତ ଝାଡଖଣ୍ଡ ଓ ତ୍ରୀପୁରା ସହ ଖେଳାଯାଇଥିବା ମ୍ୟାଚ୍ ଡ୍ର ହୋଇଥିବା ବେଳେ ଓଡିଶା ଜମ୍ମୁ-କାଶ୍ମୀର ଓ ମହାରାଷ୍ଟ୍ର ଠାରୁ ପରାଜିତ ହୋଇଥିଲା ।

Leave A Reply

Your email address will not be published.