Latest Odisha News

BREAKING NEWS

ବିଶିଷ୍ଟ କଥାଶିଳ୍ପୀ ବିଣାପାଣି ମହାନ୍ତି ପାଇବେ ‘ଅତିବଡ଼ୀ ସମ୍ମାନ’

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ପ୍ରଖ୍ୟାତ କଥାଶିଳ୍ପୀ ବିଣାପାଣି ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ମାନଜନକ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଚଳିତବର୍ଷ ଶ୍ରୀମତୀ ମହାନ୍ତି ମଧ୍ୟ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ହୋଇଛନ୍ତି ।

ଓଡ଼ିଆ ସାହିତ୍ୟ ଜଗତକୁ ଶ୍ରୀମତୀ ମହାନ୍ତିଙ୍କ ଜୀବନବ୍ୟାପୀ ସାମଗ୍ରିକ ସାରସ୍ୱତ ଅବଦାନ ଲାଗି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରିଛି ।

ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ମହାନ୍ତିଙ୍କ ଅନବଦ୍ୟ ପ୍ରକାଶନ ମଧ୍ୟରେ ପାଟଦେଈ, ତୃତୀୟପାଦ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ଗୋଟିଏ ରାତିର କାହାଣୀ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଗଳ୍ପସଂକଳନ ରହିଛି । ଏହାବ୍ୟତୀତ କୁନ୍ତି କୁନ୍ତଳା ଶକୁନ୍ତଳା, ସୀତାର ଶୋଣିତ ଏବଂ ମନସ୍ୱିନୀ ପରି ଉପନ୍ୟାସ ଓଡ଼ିଆ ସାହିତ୍ୟକୁ ଋଦ୍ଦିମନ୍ତ କରିପାରିଛି ।

ତାଙ୍କର ଅନେକ ଗଳ୍ପଗୁଡ଼ିକ ଇଂରାଜୀ, ହିନ୍ଦୀ, କନ୍ନଡ଼, ମାଲୟାଲମ, ମରାଠୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ ଏବଂ ଋଷୀୟ ଭାଷାରେ ଅନୁବାଦିତ ହୋଇଛି ।

Leave A Reply

Your email address will not be published.