Latest Odisha News

BREAKING NEWS

ପରଦାକୁ ଆସୁଛି, ବାବୁସାନ-ତମନ୍ନାଙ୍କ ‘ଗୋଲମାଲ୍ ଲଭ୍’

ଭୁବନେଶ୍ୱର : ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଗୋଲମାଲ୍ ଲଭ୍’ ଖୁବଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ।

ବାବୁସାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ରଜ ଅବସରରେ ପରଦାରେ ମୁକ୍ତିଲାଭ କରୁଥିବା ନେଇ ସମ୍ୟକ୍ ସୂଚନା ମିଳିଛି । ‘ଗୋଲମାଲ୍ ଲଭ୍’ରେ ଷ୍ଟାର କିଡ୍ ବାବୁସାନଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଚୁଲବୁଲି ଅଭିନେତ୍ରୀ ତମନ୍ନା ।

ଏନେଇ ଟ୍ୱିଟ୍ କରିଛନ୍ତି ଅଭିନେତା ବାବୁସାନ୍ ।

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି ଫିଲ୍ମଟିର ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ନିର୍ମଳ ନାୟକ ସଂଳାପ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଛନ୍ତି ।

ବାବୁସାନ ଓ ତମନ୍ନାଙ୍କ ବ୍ୟତୀତ ବିଜୟ ମହାନ୍ତି, ଶ୍ରୀତମ ଦାସ, ଜୀବନ ପଣ୍ଡା, ସ୍ୱର୍ଗତ ସଲିଲ୍ ମିତ୍ର, ଇଲୁ ବାନାର୍ଜୀଙ୍କ ସମେତ ଅନେକ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିପାରିବ ।

ନିକଟରେ ରିଲିଜ ହୋଇଥିବା ଫିଲ୍ମର କିଛି ଗୀତକୁ ସିନେପ୍ରେମୀଙ୍କ ଭଲ ରେସପୋନ୍ସ ମିଳିପାରିଥିବା ବେଳେ ‘ଗୋଲମାଲ୍ ଲଭ୍’ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟକୁ କେତେ ଗୋଳମାଳିଆ କରିପାରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.