Latest Odisha News

BREAKING NEWS

୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ; ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ ସଂଶୋଧନ ପ୍ରସ୍ତାବରେ ଲାଗିଲା ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ଲଗାଇଛନ୍ତି ।

ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ ୨୨ଟି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପରଫେକ୍ଟ ଡିଗ୍ରୀ କୋର୍ସ ଅନୁମତି ମିଳିଛି ।

ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ଉପରେ ପଦକ୍ଷେପ ନିଆଯିବ । ଏହି କାର୍ଯ୍ୟକ୍ରମରେ ପିଲାଙ୍କୁ ଜୋତା ଓ ସୁଇଟର ମିଳିବ । ଆସ୍କା କୋପରେଟିଭ୍ ସୁଗାର ଲି.କୁ ୧୫କୋଟି ସହାୟତା ମିଳିବ । କ୍ୟାସ୍ କ୍ରେଡ଼ିଟ ଆକାରରେ ଋଣ ନେବାକୁ କ୍ୟାବିନେଟର ଅନୁମୋଦନ ମିଳିଛି । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ୍ ସୁଗାର.ଲି । ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନକୁ ଅନୁମୋଦନ ମିଳିଛି । ଇ-ମାର୍କେଟ ଜରିଆରେ ଉତ୍ପାଦକୁ ବିକି ପାରିବେ ଚାଷୀ ।

ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ ରେ କେତେକ ସଂଶୋଧନ ଲାଗି ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ ହୋଇଛି । ସଂଶୋଧନ ଅନୁଯାୟୀ ଇଡ଼କୋ ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକ ପାଇଁ ଉଭୟ ସରକାରୀ/ବେସରକାରୀ ଜମି ଚିହ୍ନଟ ଅଧିଗ୍ରହଣ ଓ ଆବଣ୍ଟନ କରିବ । ଏଥିପାଇଁ ଇଡ଼କୋ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବ ।

ନିମ୍ନ ଦରରେ ଇଡ଼କୋ କରିବ ଆବଣ୍ଟନ:

– ବିନା ଭିତ୍ତିଭୂମି ବିକାଶ – ଆଇପିଆର୍ ଦର, ଅତିରିକ୍ତ ୨% ଇଡ଼କୋ ପ୍ରଶାସନିକ ଖର୍ଚ୍ଚ ବାବଦ ।
– ଭିତ୍ତିଭୂମି ବିକାଶ ସହ – ଭିତ୍ତିଭୂମି ବିକାଶ ଖର୍ଚ୍ଚ ସହିତ ଆଇପିଆର୍ ଦର ଯାହା ଅନ୍ୟ ଶିଳ୍ପ ସଂସ୍ଥା ମାନଙ୍କ ପାଇଁ ସମ୍ପ୍ରତ୍ତି ପ୍ରଚଳିତ ।

ଏହି ସଂଶୋଧନ ଯୋଗୁଁ କୌଣସି ଆର୍ଥିକ ବୋଝ ରହିବ ନାହିଁ । ଏହାଦ୍ୱାରା ପ୍ରଚଳିତ ଓଡ଼ିଶା ପର୍ଯ୍ୟଟନ ନୀତି -୨୦୧୬କୁ କାର୍ଯ୍ୟକାରୀ କରିବାରେ ଅଧିକ ସହଜ ହୋଇପାରିବ ।

ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦିଆଯିବ । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦିଆଯିବ । ଓରେଡ଼ାକୁ ଶକ୍ତି ବିଭାଗକୁ ଦିଆଯାଇଛି । ଓରେଡ଼ା( ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସ)କୁ ଶକ୍ତି ବିଭାଗକୁ ଦିଆଯାଇଛି । ସୋସାିଯି ଆକ୍ଟରେ ପରିବର୍ତ୍ତନ ଆସିଛି । ପ୍ରତି ୫ବର୍ଷରେ ନବୀକରଣ କରିବାକୁ ପଡ଼ିବ । ଓଏସ ଜୁନିଅର ବ୍ରାଞ୍ଚରେ ୧୯୨ ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ରାଜସ୍ୱ ବିଭାଗ ଅଧୀନରେ କାମ କରିବେ ନୂଆ ଓଏସ ଅଧିକାରୀ । ୨୦ରୁ ୫୦ କର୍ମଚାରୀ ଥିବା କାରଖାନା ପାଇଁ ତରେ ମାତ୍ର ପଞ୍ଜିକରଣ ସୁବିଧା ମିଳିବ ।

Leave A Reply

Your email address will not be published.