Latest Odisha News

BREAKING NEWS

ବରିଷ୍ଠ ଆଇଏଏସ ଅଧିକାରୀ ଉଷା ପାଢୀଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଉଷା ପାଢୀ, ଯିଏକି ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଏବେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ପାଢୀ ପବନ ହଂସ ଲିମିଟେଡ଼ର ଚେୟାରମ୍ୟାନ ଓ ମ୍ୟାନେଜିଂ ଡ଼ାଇରେକ୍ଟର୍ ଭାବେ ନୂଆ ନିଯୁକ୍ତି ପାଇଛନ୍ତି ।

କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ ରହିଥିବା ଉଷାଙ୍କୁ ଅତିରିକ୍ତ ଦାୟିତ୍ୱ ରୂପେ ଏହା ମିଳିଛି ।

ସେ ହେଉଛନ୍ତି, ପ୍ରଥମ ମହିଳା ଯିଏକି ପବନ ହଂସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ହେଲିକପ୍ଟର୍ କମ୍ପାନୀର ୪୬ଟି ହେଲିକପ୍ଟର ଏବେ ଚଳାଚଳ କରୁଛି ।

ଶ୍ରୀମତୀ ପାଢୀ ଅଧୁନା ଯୁଗ୍ମ ସଚିବ ଭାବେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ ରହିଥିବା ‘ଉଡ଼ାନ’ ଯୋଜନାରେ କାର୍ଯ୍ୟରତ । କେନ୍ଦ୍ର ସରକାରଙ୍କ ଏହି ‘ଉଡ଼ାନ’ ଯୋଜନା ଅନୁଯାୟୀ ଦେଶର ପ୍ରମୁଖ ସହର ଏବଂ ମେଟ୍ରୋ ସହର ଗୁଡ଼ିକ ମଧ୍ୟରେ ବିମାନ ଚଳାଚଳ ସହିତ ଯୋଗାଯୋଗ କରିବାର କାର୍ଯ୍ୟକ୍ରମ ଅନ୍ତଭୃକ୍ତ ।

ବରିଷ୍ଠ ଆଇଏଏସ ଅଧିକାରୀ ଉଷା ପାଢୀ ଏହି ‘ଉଡ଼ାନ’ ଯୋଜନାରେ ଓଡ଼ିିଶାର ଝାରସୁଗୁଡ଼ାଠାରେ ବିମାନ ବନ୍ଦର ପ୍ରତିଷ୍ଠା କରିବା ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ।

Leave A Reply

Your email address will not be published.