Latest Odisha News

BREAKING NEWS

କିସ୍ ର ବଲାଙ୍ଗୀର ଶାଖା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀରରେ ଶନିବାର ଦିନ ମୋତିଲାଲ ଓସୱାଲ-କିସ୍ ରେସିଡେନ୍ସିଆଲ ସ୍କୁଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଦଘାଟନୀ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ମୁଁ ବଲାଙ୍ଗୀରରେ ମୋତିଲାଲ ଓସୱାଲ-କିସ୍ ରେସିଡେନ୍ସିଆଲ ସ୍କୁଲର ଉଦଘାଟନ କରି ବହୁତ ଖୁସି । ମୁଁ ଆଶା କରେ ଯେ, ଏହି ସ୍କୁଲ ବଲାଙ୍ଗୀର ଭଳି ପଛୁଆ ଅଂଚଳରେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଥିପାଇଁ ମୁଁ ଆଇଆଇଟି ଓ କିସ୍ ର ସଂସ୍ଥାପକ ଅଚ୍ୟୁତ ସାମନ୍ତ ଏବଂ ଓସୱାଲ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୋତିଲାଲ ଓସୱାଲଙ୍କୁ ଧନ୍ୟବାଦ ଜଣାଉଛି ।”

ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ସାସଂଦ ସଙ୍ଗୀତା କୁମାରୀ ସିଂ ଦେଓ, ବିଧାୟକ ନରସିଂହ ମିଶ୍ର ଏହି ସଭାରେ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ, ମୋତିଲାଲ ଓସୱାଲ ଗ୍ରୁପର ଆର୍ଥିକ ସହାୟତା ଓ କିସ୍ ର ସହଭାଗିତାରେ କିସ୍ ଜମିରେ ନିର୍ମିତ ହୋଇଥିବା ଆବାସିକ ବିଦ୍ୟାଳୟ ନିଃଶୁଳ୍କ ଭାବରେ ପରିଚାଳିତ ହେବ ।

Leave A Reply

Your email address will not be published.