Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେଲା ବିଜୁ ପଟ୍ଟନାୟକଙ୍କୁ ନେଇ କମିକ୍ ପୁସ୍ତକ ‘ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌’

ଭୁବନେଶ୍ୱର: ମହାନ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ କାର୍ଯ୍ୟଧାରାକୁ ନେଇ ପ୍ରଥମ କମିକ୍ ପୁସ୍ତକ ‘ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

କିମ୍ବଦନ୍ତୀୟ ନେତା ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ପାଳନ ଲାଗି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବରିଷ୍ଠ ନେତା ନରସିଂହ ମିଶ୍ର, କେ ଭି ସିଂହଦେଓ ଏବଂ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ବିଜୁ ପଟ୍ଟନାୟକ ତାଙ୍କ ଜୀବନ କାଳରେ କିମ୍ବଦନ୍ତୀ ଥିଲେ । ଏହାର ପରବର୍ତ୍ତୀ ସମୟରେ ମଧ୍ୟ ସେ କିମ୍ବଦନ୍ତୀ ହୋଇ ରହିଛନ୍ତି । ଆମେ ତାଙ୍କର ୧୦୪ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି, ଏବେ ମଧ୍ୟ ଲୋକମାନେ ତାଙ୍କର ସ୍ମୃତିକୁ ପ୍ରେମ ଓ ସମ୍ମାନର ସହିତ ହୃଦୟଙ୍ଗମ କରିପାରୁଛନ୍ତି ।”

“ପ୍ରକୃତରେ ବିଜୁ ପଟ୍ଟନାୟକଙ୍କୁ ମନେ ରଖିବା ଲାଗି ‘ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌’ ପୁସ୍ତକ ଏକ ସୁନ୍ଦର ପ୍ରୟାସ । ଆଜି ଏହି ପୁସ୍ତକଟିକୁ ଉନ୍ମୋଚିତ କରିବା ଅବସରରେ ମୁଁ ଆନନ୍ଦ ଅନୁଭବ କରୁଛି । ଏହି ପୁସ୍ତକର ପ୍ରକାଶନ ଲାଗି ମୁଁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଏବଂ କ୍ରିଏଟିଭ୍ ୱେୟାରହାଉସକୁ ଅଜସ୍ର ଧନ୍ୟବାଦ ଜଣାଉଛି,” ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ପୁସ୍ତକଟି ପିଲାମାନଙ୍କୁ ଅନେକ ପ୍ରେରଣା ଯୋଗାଇପାରିବ । ପିଲାମାନେ ବିଜୁ ପଟ୍ଟନାୟକଙ୍କର ଏହି ଚିତ୍ରବହୁଳ ତଥା ଚିିତାକର୍ଷକ ବୀରତ୍ୱ ଗାଥାକୁ ପଢିବା ଲାଗି ଆଗ୍ରହ ପ୍ରକାଶ କରିବେ । ସେମାନେ ଏହି ପୁସ୍ତକ ପଢିବା ସହିତ ତାଙ୍କର ଆଦର୍ଶ ପ୍ରତି ଅନୁପ୍ରାଣିତ ହେବେ ଏବଂ ମାତୃଭୂମିର ସେବା ଲାଗି ବିଜୁ ବାବୁଙ୍କର ପଦାଙ୍କ ଅନୁସରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.