Latest Odisha News

ହକିକୁ ବିଧିବଦ୍ଧ ଭାବେ ସରକାରୀ ମାନ୍ୟତା ଦିଆଯିବା ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଜାତୀୟ ସ୍ତରରେ ‘ଜାତୀୟ କ୍ରୀଡ଼ା’ ଭାବେ ବିଧିବଦ୍ଧ ସରକାରୀ ମାନ୍ୟତା ଦେବାକୁ ଦାବୀ କରି ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।

ହକିକୁ ଜାତୀୟ ଖେଳ ଭାବେ ସମସ୍ତେ ସ୍ୱୀକାର କରୁଥିଲେ ମଧ୍ୟ ସରକାରୀ ଭାବେ ବିଧିବଦ୍ଧ ଘୋଷଣା ଏଯାଏଁ ହୋଇନାହିଁ । କେଉଁ କାରଣରୁ ହକିକୁ ଜାତୀୟ କ୍ରୀଡ଼ା ରୂପେ ସରକାରୀ ଘୋଷଣା ହୋଇନାହିଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହକି ଭାରତର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ ଏବଂ ଭାରତୀୟଙ୍କ ବିଶ୍ୱ ହକିରେ ବେଶ୍ ଭଲ ପ୍ରଦର୍ଶନ ମଧ୍ୟ ରହିଛି । ଏଠାରେ ସୂଚନାଯୋଗ୍ୟ ଓଡ଼ିଶା ବିଶ୍ୱକପ ହକି ଆୟୋଜନ କରୁଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକି ପରି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ହେଉଥିବା ବେଳେ ସମଗ୍ର ରାଜ୍ୟ ଏନେଇ ବେଶ୍ ଉତ୍ସାହିତ ।

Leave A Reply

Your email address will not be published.