Latest Odisha News

BREAKING NEWS

ଗଜପତି ମହାରାଜାଙ୍କ ରଚିତ ‘ମାଜେଷ୍ଟିକ ମାରା’ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ରଚିତ ପୁସ୍ତକ ‘ମାଜେଷ୍ଟିକ ମାରା’କୁ ଶନିବାର ଦିନ ଉନ୍ମୋଚନ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିଆର ପ୍ରସିଦ୍ଧ ଅଭୟାରଣ୍ୟ ‘ମଶାଇ ମାରା’ରେ ନିଜର ୮ ଦିନର ଭ୍ରମଣ ଅନୁଭୂତିକୁ ଏହି ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଗଜପତି ।

ଏହି ଅବସରରେ ନବୀନ ନିବାସରେ କେନିଆ ହାଇକମିଶନ ଓ ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

ଏନେଇ ଗଜପତି ମହାରାଜା କହିଛନ୍ତି, “୨୦୦୮ ମସିହା ଅଗଷ୍ଟରେ ୯ ଜଣିଆ ସଦସ୍ୟଙ୍କ ସହ ମିଶି ସେ ଓଡିଶାରୁ କେନିଆର ମଶାଇ ମାରା ଅଭୟାରଣ୍ୟକୁ ଭ୍ରମଣରେ ଯାଇଥିଲେ । ଏହି ଅଭୟାରଣ୍ୟ କେନିଆ ଓ ତାଞ୍ଜାନିଆ ସୀମା ମଧ୍ୟରେ ଅବସ୍ଥିତ ।

ଏହି ପୁସ୍ତକରେ ମହାରାଜା ଦିବ୍ୟସିଂହ ଦେବଙ୍କ କେନିଆର ମଶାଇ ମାରା ଅଞ୍ଚଳ ପରିଦର୍ଶନ ସମୟର ଅନେକ ତଥ୍ୟ ଓ ଚିତ୍ର ସମ୍ବଳିତ ହୋଇଛି ।

ଆମର ୫୦୦ କିମି. ଭ୍ରମଣ ମଧ୍ୟରେ ଏହି ଅଭୟାରଣ୍ୟରେ ଜେବ୍ରା, ହରିଣ, ସିଂହ, ହାତୀ, ଚିତିବାଘ ଓ ନାଇଲ୍ କୁମ୍ଭୀର ଆଦି ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ ବୋଲି ଗଜପତି ମହାରାଜା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.