Latest Odisha News

BREAKING NEWS

ଲକଡାଉନ ନିୟମ ଭାଙ୍ଗି ବଡ଼ଚଣା ଆଇଆଇସି ନିଲମ୍ବିତ

ପୁରୀ/କଟକ: ଓଡିଶା ଡିଜିପି ଅଭୟ ସୋମବାର ଦିନ ବଡ଼ଚଣା ପୋଲିସ ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ନିୟମ ଭାଙ୍ଗିବା ଏବଂ ଡ୍ୟୁଟିରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି।

ଡିଜିପି ଟୁଇଟ୍ କରି କହିଛନ୍ତି ଯେ “ସ୍ୱର୍ଗଦ୍ୱାର ଥାନାରେ ଶ୍ରୀ ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।

ରାଜ୍ୟରେ ଜାରି ରହିଥିବା ଲକଡାଉନ ଯୋଗୁଁ ସମସ୍ତ ଧାର୍ମିକସ୍ଥଳରେ ପ୍ରବେଶ କଟକଣା ଲଗାଯାଇଛି। ହେଲେ ଗତ ରବିବାର ଦିନ ପୁରୀ ଶ୍ରୀ ମନ୍ଦିରର ଦକ୍ଷିଣ ଫାଟକ ଦେଇ ଆଇଆଇସି ଓ ତାଙ୍କ ପରିବାର ବର୍ଗ ମନ୍ଦିର ମଧ୍ୟରେ ପ୍ରବେଶ କରି ଥିଲେ। ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଆଇଆଇସି ଧମକ ଦେଇଥିବା ନେଇ ସି‍ଂହ ଦ୍ବାର ଥାନାରେ ଅଭିଯୋଗ ହୋଇଥିଲା।

ଅଧିକ ପଢନ୍ତୁ: ଲକ୍‌ଡାଉନ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପଶିଲେ ବଡଚଣା ଆଇଆଇସି, ମାମଲା ରୁଜୁ

ଏହି ଅଭିଯୋଗ ଆଧାରରେ ପୋଲିସ ପରେ ଶ୍ରୀ ଜେନା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅଟକ ରଖିଥିଲା।

Leave A Reply

Your email address will not be published.