Latest Odisha News

BREAKING NEWS

ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ପ୍ରକଳ୍ପ ନିର୍ମାଣ ଲାଗି ଓଡିଶା ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ଅଞ୍ଚଳରେ ଉଭୟ ଆବାସିକ ଏବଂ ବାଣିଜ୍ୟିକ ଉଦ୍ଦେଶ୍ୟରେ ଉଚ୍ଚସ୍ତରୀୟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ ଜନପଥ ସହିତ ସରକାରୀ-ଘରୋଇ ଭାଗିଦାରୀ (ପିପିପି) ମୋଡରେ ଏହି ପ୍ରକଳ୍ପଗୁଡ଼ିକ ତିନିଟି ପର୍ଯ୍ୟାୟରେ ନିର୍ମାଣ କରାଯିବ।ର୍ଯ୍ୟ

ପ୍ରଥମ ପର୍ଯ୍ୟାୟରେ ଜନପଥ ସହିତ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ଭଙ୍ଗାଯିବ। ଏହି ସମୟ ମଧ୍ୟରେ ୟୁନିଟ୍-୨ ଅଞ୍ଚଳରେ ଭିଏ-୧୩/୧ ରୁ ଭିଏ-୩୬/୪ ଭାଙ୍ଗିଯିବ।

ଏହା ପରେ ଜନପଥରୁ ଶିଶୁ ଭବନ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ଭାଙ୍ଗିଯିବ। ଅନ୍ତିମ ପର୍ଯ୍ୟାୟରେ ମାଷ୍ଟର କ୍ୟାଣ୍ଟିନରୁ ଗୁରୁଦ୍ୱାର ପର୍ଯ୍ୟନ୍ତ ଏହି ଭଙ୍ଗା କାର୍ଯ୍ୟ କରାଯିବ।

ସୂତ୍ରରୁ ପ୍ରକାଶ ଯେ ସରକାରଙ୍କ ଜନସମ୍ପର୍କ ବିଭାଗ ପକ୍ଷୁ ପ୍ରାୟ ୩୧ ଏକର ଜମିରେ ଏହି କାର୍ଯ୍ୟ କରାଯିବ । ଏହି ସ୍ଥାନରେ ଉଚ୍ଚସ୍ତରୀୟ ପ୍ରକଳ୍ପର ନିର୍ମାଣ ଲାଗି ଘରୋଇ ସଂସ୍ଥା ଇନଭେଷ୍ଟ କରିବେ । ଏବାବଦରେ ଏକ ଚୁକ୍ତିନାମା ଶୀଘ୍ର ସ୍ୱାକ୍ଷରିତ ହେବ ବୋଲି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.