Latest Odisha News

BREAKING NEWS

ଆଶାକର୍ମୀଙ୍କ ଆର୍ଥୀକ ଅବ୍ୟାହତି ସହାୟତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ଆଶାକର୍ମୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଆଶାକର୍ମୀଙ୍କ ଆର୍ଥୀକ ସହାୟତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।

ରାଜ୍ୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆଶାକର୍ମୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ସହାୟତା ରାଶି ମୂଲ୍ୟ ୧୦ହଜାର ଟଙ୍କା ରହିଛିି । ଏହି ଯୋଜନାରେ ପାଖାପାଖି ୪୭ ହଜାରରୁ ଅଧିକ ଆଶାକର୍ମୀ ଉପକୃତ ହେବାନେଇ ଆଶା କରାଯାଉଛି ।

ସେହିପରି ‘ଆଶା ଅବ୍ୟାହତି ଯୋଜନା’ ରେ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହିତ ଯେଉଁ ଆଶାକର୍ମୀ ଅତି କମ୍ ରେ୧୦ ବର୍ଷ କାମ କଲାପରେ ସ୍ୱେଚ୍ଛାକୃତ ଭାବେ ନିଜ କାର୍ଯ୍ୟରୁ ଅବ୍ୟାହତି ନେବେ, ସେମାନଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ ।

Leave A Reply

Your email address will not be published.