Latest Odisha News

BREAKING NEWS

ଆଳୁ ଓ ପିଆଜ ଦର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ଦୃଢ ପଦକ୍ଷେପ

ଭୁବନେଶ୍ୱର: ପିଆଜ ଓ ଆଳୁ ଏବେ ରୋଷେଇଘରୁ ଉଭାନ୍ ହୋଇଯାଇଛି କହିଲେ ଚଳେ । କାରଣ ପିଆଜ ଓ ଆଳୁ ପରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଖାଉଟୀ ଅନେକ ଦିନ ଧରି ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏହି ଦରବୃଦ୍ଧିର ନିୟନ୍ତ୍ରଣ ଲାଗି ଓଡ଼ିଶା ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ବୁଧବାର ଦିନ ସମସ୍ତ ଜିଲ୍ଲାପାଳମାନଙ୍କୁ ଏକ ନିଦେ୍ର୍ଧଶାନାମାରେ କହିଛନ୍ତି, ଯେଉଁ ଅସାଧୁ ହୋଲସେଲରମାନେ ଏଥିରେ ସଂପୃକ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏକ ପତ୍ର ମାଧ୍ୟମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ଯେ, ସମସ୍ତ ଅସାଧୁ ବ୍ୟବସାୟୀଙ୍କ ଗୋଦାମ ଗୁଡ଼ିକୁ ବାଜ୍ୟାପ୍ତି କରି ଗଚ୍ଛିତ ରହିଥିବା ପିଆଜ ଓ ଆଳୁ ବାହାର କରାଯିବ । ଏହା ଓଡ଼ିଶା ଆଳୁ ଓ ପିଆଜ (ଷ୍ଟୋରେଜ୍ କଣ୍ଟେ୍ରାଲ) ସଂଶୋଧନ ଆଇନ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ।

ଏପରିକି ବିଭାଗ ପକ୍ଷରୁ ସମସ୍ତ ଗଚ୍ଛିତ ସାମଗ୍ରୀର ତାଲିକା ଜିଲ୍ଲାପାଳମାନଙ୍କୁ ପତ୍ର ଦ୍ୱାରା ଅବଗତ କରାଯାଇଛି ।

ଷ୍ଟକ୍ ନିୟମ ଅନୁଯାୟୀ, ଭୁବନେଶ୍ୱରରେ ଜଣେ ବ୍ୟବସାୟୀ ସର୍ବାଧିକ ୧୦୦୦ କ୍ୱିଣ୍ଟାଲ୍ ଆଳୁ ଏବଂ ୨୫୦ କ୍ୱିଣ୍ଟାଲ୍ ପିଆଜ ଗଚ୍ଛିତ ରଖିପାରିବେ । ସେହିପରି ଭାବେ କଟକ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ୫୦ କ୍ୱିଣ୍ଟାଲ୍ ଆଳୁ ଏବଂ ୨୫୦ କ୍ୱିଣ୍ଟାଲ୍ ପିଆଜ ଗଚ୍ଛିତ ରଖିପାରିବେ ।

ରାଜ୍ୟର ଏହିସବୁ ୫ଟି ସହର ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହର ଗୁଡ଼ିକରେ ସର୍ବାଧିକ ୩୦୦ କ୍ୱିଣ୍ଟାଲ୍ ଆଳୁ ଏବଂ ୧୫୦ କ୍ୱିଣ୍ଟାଲ୍ ପିଆଜ ଗଚ୍ଛିତ ରଖିବାର ନିୟମ ରହିଛି ।

ଅନ୍ୟପକ୍ଷରେ କଟକ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁର ପରି ସହରରେ ରିଟେଲର୍ ମାନେ ସର୍ବାଧିକ ୪୦ କ୍ୱିଣ୍ଟାଲ୍ ଆଳୁ ଏବଂ ୨୦ କ୍ୱି୍ଣ୍ଟାଲ୍ ପିଆଜ ଗଚ୍ଛିତ ରଖିପାରିବାର ନିୟମ ରହିଛି । ତେବେ ରାାଜ୍ୟର ଅନ୍ୟସମସ୍ତ ସହର ଗୁଡ଼ିକର ରିଟେଲର୍ ମାନେ ୧୫ କ୍ୱିଣ୍ଟାଲ୍ ଆଳୁ ଏବଂ ୮ କ୍ୱିଣ୍ଟାଲ୍ ପିଆଜ ଗଚ୍ଛିତ ରଖିପାରିବେ ବୋଲି ପୂର୍ବରୁ ନିୟମ ଉଲ୍ଲେଖ ରହିଛି ।

Leave A Reply

Your email address will not be published.