Latest Odisha News

BREAKING NEWS

ସୋନପୁର ଜିଲ୍ଲାରେ ଚିହ୍ନଟ ହେଲେ ୪ ନୂଆ କରୋନା ପଜିଟିଭ୍‌

ସୋନପୁର: ସୋନପୁର ଜିଲ୍ଲାରେ ପୁଣି ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୭କୁ ବୃଦ୍ଧି ପାଇଛି ।

ଅଧିକ ପଢନ୍ତୁ – ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର

ସୋନପୁର ଜିଲ୍ଲାପାଳ ମନିଷା ବାନାର୍ଜୀ ଟ୍ୱିଟ୍ ମାଧ୍ୟରେ ସୂଚନା ଦେଇଛନ୍ତି ଯେ, ସୋନପୁର ବ୍ଲକରୁ ୨ଜଣ ଓ ତରଭା ଏବଂ ଡୁଙ୍ଗୁରିପାଲି ବ୍ଲକରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୬ କରୋନା ପଜିଟିଭ

ଏହି ସମସ୍ତ ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟରୁ ହିଁ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ କୋଭିଡ୍‌-୧୯ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ତେଣୁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ନ’ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ: ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ସୋନପୁର ଜିଲ୍ଲାରେ ମେ’ ୨୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସେ ଅହମ୍ମଦାବାଦ ଫେରନ୍ତା ଏବଂ ସେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ ।

Leave A Reply

Your email address will not be published.