Latest Odisha News

BREAKING NEWS

ବିରୋଧି ଦଳ ନେତାଙ୍କୁ ନେଇ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁୁବନେଶ୍ୱର: ଓଡିଶା ବିଧାନସଭାର ଆଜି ଥିଲା ପ୍ରଥମ ଅଧିବେଶନ । ପ୍ରଥମ ଅଧିବେଶନ ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଛି ହଟ୍ଟଗୋଳ । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନେଇ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଗହକାର୍ଯ୍ୟରେ ବାଧା ସୃଷ୍ଟି ହେବା ଯୋଗୁଁ ଆସନ୍ତା କାଲି ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟ ବିଧାନ ସଭାରେ ତାଙ୍କର ପାରମ୍ପରିକ ଅଭିଭାଷଣ ପ୍ରଦାନ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିରୋଧି ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନିଜର ଅଭିଭାଷଣ ରଖିବା ପାଇଁ ଅନୁମତି ଦେଇଥିଲେ ।

ଗୃହ କାର୍ଯ୍ୟ ଆରମ୍ଭରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିରୋଧି ଦଳ ନେତାଙ୍କ ନାମ ବିଦ୍ଧିବଦ୍ଧ ଭାବେ ଘୋଷଣା କରିନଥିଲେ । ବିଜେପି ନେତା ପ୍ରଦୀପ୍ତ ନାୟକଙ୍କୁ ବିରୋଧି ଦଳ ନେତା ଭାବେ ସମ୍ବୋଧନ କରିବା ନେଇ କଂଗ୍ରେସ ପ୍ରତିବାଦ କରିଥିଲା । ବାଚସ୍ପତିଙ୍କ ନିକଟକୁ ଯାଇ ବିଜେଡି ଓ ବିଜେପି ଉଭୟ ଭାଇ ଭାଇ ବୋଲି କହି ହଟ୍ଟଗୋଳ କରିବା ସହ କଂଗ୍ରେସ ସଦସ୍ୟ ମାନେ ଗୃହ ଛାଡି ପଳାଇଛନ୍ତି ।
କଂଗ୍ରେସ ସଦସ୍ୟଙ୍କୁ ଶାନ୍ତ କରିବାରେ ବିଫଳ ହେବା ପରେ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ କାଲି ଯାଏଁ ମୁଲତବୀ ରଖିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ “ବିରୋଧି ଦଳ ନେତା ଘୋଷଣା କରିବାର ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି, ମାତ୍ର ବିଜେପି ଏହାକୁ ମାନି ନାହିଁ । କଂଗ୍ରେସ ଏହାର ପ୍ରତିବାଦ କରିବା ପରେ ମଧ୍ୟ ବାଚସ୍ପତି କିଛି ନଶୁଣିଲା ପରି ବସିରହିଲେ । ଯଦି ଆମ ବିରୋଧ ବାଚସ୍ପତି ଶୁଣିବେ ନାହିଁ ତେବେ ଭବିଷ୍ୟତରେ ଆମେ କଣ ପଦକ୍ଷପ ନେବୁ ତାହା ଆମେ ସ୍ଥିର କରିବୁ”।

ବାଚସ୍ପତି ଗୃହ ଚଳାଇବା ପାଇଁ ସମ୍ପୁର୍ଣ୍ଣ ଅଯୋଗ୍ୟ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମନ୍ତବ୍ୟ ଦେଇଛନ୍ତିା

Leave A Reply

Your email address will not be published.