Latest Odisha News

BREAKING NEWS

ନିଜସ୍ୱ ଶୈଳୀରେ ‘ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟର’ ଡିଜାଇନ୍ କଲେ ଓଡିଆ ଯୁବକ

କଟକ : କଥାରେ ଅଛି ‘ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରେ’ ସେହି ଉକ୍ତିକୁ ସଫଳ କରି ଦେଖାଇଛନ୍ତି ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ କାର୍ଯ୍ୟରତ ସନ୍ତୋଷ କୁମାର ଦଳାଇ ।

ସନ୍ତୋଷ ପରିବେଶ ଉପଯୋଗୀ ଏକ ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟରର ନିର୍ମାଣ କରିଛନ୍ତି । ଯାହା ଖୁବ୍ ସହଜରେ ସଙ୍ଗରେ ବହନ କରିହେବ, ତା’ ସହିତ ଟ୍ରାଫିକ୍ ଭିଡ ମଧ୍ୟରେ ଅତିସହଜରେ ଯାତାୟାତ କରିପାରିବ ।

ଏହି ସ୍କୁଟର ସାନ୍-ଫ୍ରାନସିକୋରେ ପରିଚାଳିତ ବାର୍ଡ, ସ୍ପିନ୍, ଲାଇମବାଇକ୍ ସ୍କୁଟର ଭଳି ଅନୁରୂପ ଅଟେ । ସନ୍ତୋଷ ମୋଟରସାଇକେଲ, ସାଇକେଲ ଓ ଟ୍ରଲି ରିକ୍ସାର ବିଭିନ୍ନ ଯନ୍ତ୍ରାଂଶକୁ ବ୍ୟବହାର କରି ଏଭଳି ଏକ ଅଭିନବ ସ୍କୁଟର ନିର୍ମାଣ କରିଛନ୍ତି । ବ୍ୟାଟେରୀ ଚାଳିତ ଏହି ଫୋଲ୍ଡିଂ ସ୍କୁଟର ପ୍ରାୟ ୧୮ରୁ ୨୦ କିମି. ଦୂରତା ଅତିକ୍ରମ କରିପାରେ । ଏହାର ଓଜନ ୧୫ କିଲୋଗ୍ରାମ୍ ରହିଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ରିଚାର୍ଜ କରିବା ପାଇଁ ପାଖାପାଖି ୨ଘଣ୍ଟା ସମୟ ଲାଗିଥାଏ ।

ଏସମ୍ପର୍କରେ ସନ୍ତୋଷକୁ ପଚରାଯିବାରୁ ସେ କହିଛନ୍ତି, ଏଭଳି ଏକ ଉପକରଣ ନିର୍ମାଣ କରିବା ପାଇଁ ବହୁ ପୂର୍ବରୁ ଚିନ୍ତା କରିଥିଲେ ଯାହାକୁ ଅତି ସହଜରେ ନିଜ ସହିତ ନେବା ଆଣିବା କରିହେବ, ଏପରିକି ବସରେ ମଧ୍ୟ ବହନ କରିହେବ । ସେ ତାଙ୍କର ଏହି ଅଭିନବ ନିଜସ୍ୱ ଡିଜାଇନକୁ ଅଧିକ ମାତ୍ରାରେ ବିକଶିତ କରିବା ଲାଗି ଟରବାଇନ୍ ଜ୍ଞାନକୌଶଳରେ ଉଦ୍ୟମ ଜାରି ରଖିଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଇଲେକ୍ଟ୍ରିକ୍ ଫୋଲ୍ଡିଂ ସ୍କୁଟର ବ୍ୟବହୃତ ହୋଇ ୩୩ଟି ସହରରେ ଚଳାଚଳ ହେଉଛି । ନିକଟରେ ଲାଇମ୍ କମ୍ପାନୀ ଏହାକୁ ଚଳାଚଳ ଓ ବ୍ୟବହାର ଉପଯୋଗୀ କରିବାକୁ ଉବେର କମ୍ପାନୀ ସହ ୩୩୫ ବିଲିୟନ୍ ଆମେରିକୀୟ ଡଲାରରେ ଚୁକ୍ତି କରିଛି ।

Leave A Reply

Your email address will not be published.