Latest Odisha News

ବାପାର କୁରାଢ଼ୀ ଚୋଟରେ ପ୍ରାଣ ହରାଇଲା ମଦ୍ୟପ ପୁଅ

ଆଠଗଡ: କଟକ ଜିଲ୍ଲାର ଗୁରୁଡୁଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଜଣେ ବ୍ୟକ୍ତି ନିଜ ପୁଅକୁ ହତ୍ୟା କରି ମୃତଦେହକୁ ତାଙ୍କ ଘର ପଛପଟରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗିରଫ କରିଛି।

ଗତ ରବିବାର ଦିନ ଘଟିଥିବା ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରରେ ହତ୍ୟାକାରୀ ବାପାକୁ ସାହାଯ୍ୟ କରିଛି ସାନପୁଅ ଟିଟୁଆ, ଯିଏକି ଏବେ ଫେରାର ରହିଛି ।

ମିଳିଥିବା ସୂଚନାନୁସାରେ, ୨୮ ବର୍ଷିୟ କୁନିଆ ଜଣେ ମଦ୍ୟପ ଥିଲେ ଏବଂ ଏକ ବର୍ଷ ପୂର୍ବେ ଏହି ଅଭ୍ୟାସ ହେତୁ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡି ଚାଲି ଯାଇଥିଲେ।

ମଦ ପିଇ ମୃତ କୁନିଆ କରୁଥିବା କାଣ୍ଡ ସବୁକୁ ଆଉ ସଯ୍ୟ ନକରି ପାରି ତାକୁ କୁରାଢ଼ିରେ ହାଣି ହତ୍ୟା କରିଥିବା ନରେନ୍ଦ୍ର କହିଛନ୍ତି । ଏଥିରେ ତାଙ୍କ ସାନପୁଅ ଟିଟୁଆ ମଧ୍ୟ ସହଯୋଗ କରିଥିଲା ଏବଂ ପରେ ପ୍ରମାଣକୁ ଲୁଚାଇବାକୁ ଯାଇ ଭାଇର ମୃତଦେହକୁ ଘର ପଛପଟରେ ପୋତି ଦେଇଥିଲେ ଉଭୟ ବାପ ପୁଅ।

ତେବେ ଅନେକ ଦିନ ଧରି ମୃତ କୁନିଆଙ୍କୁ ଦେଖିବାକୁ ନପାଇବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ।

ଗୁରୁଡୁଝାଟିଆ ପୋଲିସ ଗୁରୁବାର ଦିନ କୁନିଆଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା ​​ଯେଉଁଥିରେ ବାପା ନରେନ୍ଦ୍ର ତାଙ୍କ ଅପରାଧ ସ୍ୱୀକାର କରିଥିଲେ।

Leave A Reply

Your email address will not be published.