Latest Odisha News

BREAKING NEWS

କୋଭିଡ଼-୧୯ ଆଲର୍ଟ: ଆଜିଠାରୁ ସ୍ଥଗିତ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗ ବୁଧବାର ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓଡିଶାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ।

ପରିବହନ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର ଦିନ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ଏକ ଚିଠିରେ ଜରିଆରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସଞ୍ଜୀବ କହିଛନ୍ତି ଯେ, ଡିଏଲ୍ ଏବଂ ଏଲ୍ଏଲ୍ ପାଇବା ପାଇଁ ରାଜ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। କିନ୍ତୁ ଯେହେତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ, କରୋନା ମୁକାବିଲା ପାଇଁ କରିବା ପାଇଁ ଜନସମାଗମକୁ ଏଡାଇବା ଆବଶ୍ୟକ, ତେଣୁ ମାର୍ଚ୍ଚ ୧୮ ରୁ ୩୧ ପର୍ଯ୍ୟନ୍ତ ଡିଏଲ୍ ଏବଂ ଏଲ୍ଏଲ୍ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

“ନୋଭେଲ କରୋନାଭାଇରସ୍ ରୋଗ ମହାମାରୀରେ ପରିଣତ ହୋଇଛି ଏବଂ ଏହି ମାରାତ୍ମକ ଜୀବାଣୁ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଏହି ଜୀବାଣୁ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ନାହିଁ ଏବଂ କୋଭିଡ-୧୯ ର ମୁକାବିଲା କରିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ସତର୍କତା ଅବଲମ୍ବନ କରିବା ବୋଲି ଏହି ଚିଠିରେ ଦର୍ଶାଯାଇଛି।

Leave A Reply

Your email address will not be published.