Latest Odisha News

BREAKING NEWS

ବାତିଲ ହେଲା ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ୱର: ବାତିଲ ହୋଇଛି ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ଦାସ। ମହାମାରୀ ଓ ପ୍ରତିକୂଳ ପରିସ୍ଥିତି ପାଇଁ ବାକି ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ସିବିଏସ୍‌ଇ ଢ଼ାଞ୍ଚାରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାର ମୂଲ୍ୟାୟନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରକୁ ଦେଖି ଆଭରେଜ ମାର୍କ ଦିଆଯିବ । ଯେଉଁମାନେ ୫ଟି ପେପର ଦେଇଥିବେ ସେମାନଙ୍କର ବେଷ୍ଟ ୩ଟି ପେପର ଅନୁଯାୟୀ ମୂଲ୍ୟାୟନ କରାଯିବ । ଏବଂ ଯେୁଉଁମାନେ ୩ଟି ପେପର ଦେଇଛନ୍ତି ସେମାନଙ୍କର ବେଷ୍ଟ ୨ଟି ପେପରକୁ ଦେଖି ମାର୍କ ଦିଆଯିବ ।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରର ବେଷ୍ଟ ଅଫ ୨/୩/୪ ଆଧାରରେ ମୂଲ୍ୟାୟନ ହେବ।କମ୍ପାଟେବଲ ପରୀକ୍ଷାର୍ଥୀ ପୂର୍ବ ପରୀକ୍ଷାର ବେଷ୍ଟ ଅଫ ୨/୩/୪ ଆଧାରରେ ହେବ ମୂଲ୍ୟାୟନ।ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.