Latest Odisha News

BREAKING NEWS

ସୁପ୍ରିମକୋର୍ଟର ପ୍ରଥମ ଓଡିଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ସୁପ୍ରିମକୋର୍ଟର ପ୍ରଥମ ଓଡିଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଓଡ଼ିଶାର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ସୁଯୋଗ୍ୟ ସନ୍ତାନ ।

୧୯୨୬ ମସିହା ନଭେମ୍ବର ୨୫ ତାରିଖରେ ଖୋର୍ଦ୍ଧାର ବାଣପୁରରେ ତାଙ୍କର ଜନ୍ମ । ପିଲାଟିଦିନୁ ନବକୃଷ୍ଣ ନିରାଡ଼ମ୍ବର ଓ ସରଳ ଥିଲେ । କଟକର ପ୍ୟାରୀମୋହନ ଏକାଡେମୀରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା । ପରେ ରେଭେନ୍ସା କଲେଜରୁ ଉର୍ତ୍ତୀର୍ଣ୍ଣ ହେବା ସଙ୍ଗେସଙ୍ଗେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ।

ଆଇନ ଶିକ୍ଷା ସମାପ୍ତ ପରେ ଓଡିଶାର ହାଇକୋର୍ଟରୁ ଆଇନଜୀବୀ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଖୁବ କମ୍ ସମୟରୁ ନିଜର ପାରଦର୍ଶିତା ଲାଗି ସେ ଚର୍ଚ୍ଚାର ପରିସରକୁ ଆସିପାରିଥିଲେ । ପରେ ୧୯୬୯ ମସିହାରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମିଶ୍ର ଅବସ୍ଥାପିତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ସେ ୧୯୮୦ ନଭେମ୍ବର ୬ ତାରିଖରୁ ୧୯୮୧ ମସିହା ଜାନୁଆରୀ ୧୬ ତାରିଖ ଯାଏଁ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେହିବର୍ଷ ଜଷ୍ଟିସ୍ ମିଶ୍ର ଓଡିଶା ହାଇକୋର୍ଟର ସ୍ଥାୟୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

୧୯୮୩ ମସିହାରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ୧୯୯୦ ମସିହା ସେପ୍ଟେମ୍ବର ୨୫ ତାରିଖରୁ ୧୯୯୧ ମସିହା ନଭେମ୍ବର ୨୪ ତାରିଖ ଯାଏଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଅଳଙ୍କୃତ ରହିଥିଲେ ।

ଅବସର ଗ୍ରହଣ କରିବା ପରେ ତାଙ୍କୁ ଦେଶର ପ୍ରଥମ ମାନବାଧିକାର କମିସନ୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ଏହାବ୍ୟତିତ ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନିଧନ ପରେ ହୋଇଥିବା ଶିଖ୍ ଗଣହତ୍ୟା ଘଟଣାର ବିଚାର ବିଭାଗୀୟ କମିସନ୍ ରୂପେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

ଏପରିକି ୧୯୯୮ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଜଷ୍ଟିସ୍ ମିଶ୍ର ରାଜ୍ୟସଭାର ସଦସ୍ୟ ମଧ୍ୟ ରହିଥିଲେ।

Leave A Reply

Your email address will not be published.