Latest Odisha News

BREAKING NEWS

୫ଟି କାର୍ଯ୍ୟକ୍ରମରେ ଡ଼ାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡ଼ାକ୍ତର ଓ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ନିଷ୍ଠାପର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯିବ । ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଚିକିତ୍ସାସେବାରେ ନିୟୋଜିତ ରହିଥିବା ଡ଼ାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ପୁରସ୍କାର ରାଶି ପ୍ରଦାନ କରିବାକୁ ସୋମବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସର୍ବୋଚ୍ଚ ପୁରସ୍କାର ଭାବରେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ ଜଣ ଡ଼ାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯିବ । ଡ଼ାକ୍ତରଙ୍କ କ୍ଷେତ୍ରରେ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଥିବା ବେଳେ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ ମାନଙ୍କର ଏକ କମିଟି ଏହି ପୁରସ୍କାର ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

ସେହିପରି ଭାବରେ ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥୀକ ପ୍ରୋତ୍ସାହନ ପ୍ରଦାନ କରାଯିବ । ନ୍ୟାସନାଲ କ୍ୱାଲିଟି ଆକ୍ରିଡ଼ିଏସନ ଷ୍ଟାଣ୍ଡାର୍ଡ଼ ପ୍ରମାଣ ପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନଓ ଭାବରେ ପରବର୍ତ୍ତୀ ଆର୍ଥୀକ ବର୍ଷରେ ପ୍ରଦାନ କରାଯିବ ।

କାୟାକଳ୍ପ ପ୍ରମାଣପତ୍ର ପାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ଆର୍ଥୀକ ବର୍ଷରେ ଅଧା ମାସର ଦରମା ବୋନସସ ଭାବରେ ଦିଆଯିବ ।

ସରକାରୀ ଡ଼ାକ୍ତରଖାନା ଯାଉଥିବା ରୋଗୀ ମାନଙ୍କର ମତାମତକୁ ଭିତ୍ତିକରି ସ୍ଥିର କରାଯାଇଥିବା ଶ୍ରେଷ୍ଠ ୫ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡ଼ିକାଲ୍ ଅଫିସରଙ୍କୁ ତ୍ରୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ତା’ସହିତ ବର୍ଷସାରା ଭଲ କାମ କରିଥିବା ସ୍ଥାୟୀ ମେଡ଼ିକାଲ କର୍ମଚାରୀ ମାନଙ୍କୁ ଏଲଟିସି ବିଦେଶ ଭ୍ରମଣର ସୁଯୋଗ ଦିଆଯିବ ଏବଂ ବୃତ୍ତିଭିତ୍ତିକ କର୍ମଚାରୀଙ୍କୁ ତାଲିମ ନିମନ୍ତେ ବିଦେଶ ପଠାଯିବ ।

Leave A Reply

Your email address will not be published.