Latest Odisha News

BREAKING NEWS

ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ; ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ଭଦ୍ରକ: ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୯୦ ଛୁଇଁଲା । ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡ଼ିଛି । ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

 

ଏହି ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାଶ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ । ଆକାନ୍ତଙ୍କ ସହିତ ଅନ୍ୟ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ତାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଉଦ୍ୟମ ଚାଲିଛି ।

ଏବେ ରାଜ୍ୟର ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଗତ ୩ଦିନ ହେଲା ବଢି ଚାଲିଛି । ସମସ୍ତ ଆକ୍ରାନ୍ତଙ୍କ ସହିତ ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଯାଜପୁର ଓ ଭଦ୍ରକରେ ୧୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହେବାପରେ ଭୁବନେଶ୍ୱର ପରେ ଏହି ୩ଟି ଜିଲ୍ଲା ନୂଆ ହଟ୍‌ସ୍ପଟ୍ ସାବ୍ୟସ୍ତ ହୋଇଛନ୍ତି ।

ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାକୁ ଗୁରୁବାର ରାତି ୧୦ଟା ଠାରୁ ୨୬ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ସଟ୍‌ଡ଼ାଉନ୍ ଘୋଷଣା କରାଯାଇଛି ।

ଏସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କହିଛନ୍ତି, ଏହି ୩ଟି ଜିଲ୍ଲାରେ ସଟ୍‌ଡ଼ାଉନ୍ ଘୋଷଣା ହେବା ପରେ କର୍ଫ୍ୟୁ ପରି ସ୍ଥିତି ରହିବ ।

Leave A Reply

Your email address will not be published.