Latest Odisha News

BREAKING NEWS

ଓଆରଏଚଡିସି ଦୁର୍ନୀତି ମାମଲା: ଝାରପଡ଼ା ଜେଲ୍ ଗଲେ ଆଇଏସ୍ ବିନୋଦ କୁମାର, ୩ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବରିଷ୍ଠ ଆଇଏସ୍ ଅଫିସର ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।


୨୦୦୦ ମସିହାରେ ଓଆରଏଚଡିସିି ରେ ୫୫ଲକ୍ଷ ଟଙ୍କାର ମହାଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା । ସେ ସମୟରେ ଏହି ମାମଲାରେ ବିନୋଦଙ୍କ ସମେତ ୫ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଥିଲେ ।

ଏହାପରେ ସେ ହାଇକୋର୍ଟ ଯାଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ହାଇକୋର୍ଟ ତାଙ୍କର ଆଗୁଆ ଜାମିନକୁ ଖାରଜ କରି କେବଳ କିଛିଦିନ ପାଇଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ତେବେ ଆଜି ଅଦାଲତ ପକ୍ଷରୁ ଦଣ୍ଡାଦେଶ ଶୁଣାଣି ହେବା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ଏଥିସହିତ ଅଗଷ୍ଟ ୧୦ ସୁଦ୍ଧା ଭିଜିଲାନ୍ସ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି ସମୟ ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି କହିଥିଲେ । ପ୍ରଥମଥର ପାଇଁ ଓଡିଶା କ୍ୟାଡରର ଜଣେ କାର୍ଯ୍ୟରତ ଆଇଏସ୍ ଅଫିସର କୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି ।

Leave A Reply

Your email address will not be published.