Latest Odisha News

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୭୦ଟି ଦୋକାନ

ସମ୍ବଲପୁର: ସମ୍ବଲପୁରସ୍ଥିତ ଗୋଲବଜାର ଦୈନିକ ପରିବା ମାର୍କେଟରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ପ୍ରାୟ ୭୦ଟି ଦୋକାନ ଜଳିଜାଇଛି ।

ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ବଜାରରେ ଥିବା ଏକ ପୂଜା ପେଣ୍ଡାଲରେ ଦୀପ ଦ୍ୱାରା ନିଆଁ ଲାଗି ଯାଇଥିଲା । ଦିନ ପ୍ରାୟ ୨ଟା ୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ଖବରପାଇ ଅଗ୍ନିଶମ ବିଭାଗର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ୨ ଘଣ୍ଟା ପରିଶ୍ରମ ପରେ ଦମକଳ ବିଭାଗ ଏହି ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ ।

Leave A Reply

Your email address will not be published.