Latest Odisha News

BREAKING NEWS

କରୋନା ପାଇଁ ପଦ୍ମ ପୁରସ୍କାର ସମାରୋହ ସ୍ଥଗିତ

ନୂଆଦିଲ୍ଲୀ: ଚାରିଆଡେ ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏଥିଲାଗି ସମ୍ମାନଜନକ ପଦ୍ମ ପୁରଷ୍କାର ସମାରୋହ ସ୍ଥଗିତ କରାଯାଇଛି । ଆସନ୍ତା ଏପ୍ରିଲ ୩ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁଥିବା ଏହି ସମାରୋହକୁ ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପୁରସ୍କାର ସମାରୋହକୁ ଘୁଂଚାଇ ଦିଆଯାଇଥିବା ନେଇ ଗୃହ ବିଭାଗର ଉପସଚିବ ଦୀପକ କୁମାର ସୂଚନା ଦେଇଛନ୍ତି ।
ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ୧୪୧ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ଚୟନ କରାଯାଇଥିଲା । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମନୋନୀତ ବ୍ୟକ୍ତିତ୍ୱଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା।
ଦେଶରେ କରୋନାର କାୟା ଧୀରେ ଧୀରେ ବିସ୍ତାର ହେବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫ରେ ପହଂଚିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ପଦ୍ମ ପୁରସ୍କାର ସମାରୋହକୁ କେନ୍ଦ୍ର ସରକାର ବାତିଲ କରିଛନ୍ତି ।

Leave A Reply

Your email address will not be published.